Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bishnupriya Palatasingh

Inspirational

3  

Bishnupriya Palatasingh

Inspirational

ଆହେ ପୂଜ୍ୟ

ଆହେ ପୂଜ୍ୟ

1 min
141


ମରୁମରୀଚିକା ଜୀବନ ପଥରେ

        ତୁମେ ଆଶାର ପୁଷ୍କରିଣୀ,

ଅନେକ ପୁସ୍ତକ ସମାହାର ତୁମେ

        ପୁଣି ମହତ ଗୀତାର ବାଣୀ l


ନିଜେ ଜଳି ତୁମେ ଅନେକ ଜୀବନ

       କରିଛ ତ ଜ୍ୟୋତିର୍ମୟ,

ଅବିରତ ଅକ୍ଷୁର୍ଣ୍ଣ ଅନ୍ତିମ ଆଶାକୁ

       ଜ୍ଞାନରେ କରିଛ ଥୟ l


ଅଜ୍ଞାନ ତିମିର ଆଜି ବାହୁ ଦୂର

       ତୁମରି ଆଶିଷ ପାଇଁ,

ଅସ୍ପଷ୍ଟ ଶବ୍ଦକୁ ସ୍ପଷ୍ଟ କରି ତୁମେ

      ସୁପ୍ତ ମୂର୍ଖକୁ ଦିଅ ଚେତେଇ l


ଏଇ ଯାହା ଆଜି ଲେଖୁଛି କଲମେ

       ସବୁ ପରା ତୁମ ଦାନ,

ଆହେ ପୂଜ୍ୟ ତୁମେ ଦୂରେ ଥିଲେବି

       ଝୁରୁଥିବ ଏଇ ମନ l 



Rate this content
Log in

Similar oriya poem from Inspirational