STORYMIRROR

Bishnupriya Palatasingh

Inspirational

4  

Bishnupriya Palatasingh

Inspirational

ବୋଉ

ବୋଉ

1 min
288


ଅବର୍ଣ୍ଣନୀୟା ଚରିତ୍ର ଟେ ତୁ

ସ୍ନେହ ଭରା ଉଛୁଳା ନଈ l

ତୃପ୍ତି ର ଜୀବନ୍ତ ଛବି ଟେ ତୁ

ପଙ୍କଜ ଦେହେ ଶୁଭ୍ର କଇଁ l


ଅମୃତ ଧାରାର ମାଧୁର୍ଯ୍ୟ ତୁ

ମୃତ ଦେହରେ ସଞ୍ଜିବନୀ l

ମୋ ସର୍ବଂସହା ପୃଥିବୀ ଟେ ତୁ

ସର୍ବଗୁଣା ସେ ବିଜୟିନୀ l


ଜୀବନ ର ମାନସାଙ୍କ ଟେ ତୁ

ଭୁଲ୍ ଠିକ୍ ର ହସ୍ତାକ୍ଷର l

କୋହ ର ସମାଧି ପରେ ତୁ

ଖୁସି, ଶାନ୍ତିର ସମାହାର l


ଦୁଃଖ ରାତି ର ପ୍ରତ୍ୟୁଷ ଟେ ତୁ

ଲୁହ ଭିଜା ଓଠର ହସ l

ତ୍ୟାଗର ଅମଳିନ ମୂର୍ତ୍ତି ଟେ ତୁ

ମୁଁ ତୋ ରକ୍ତରେ ଅଂଶିତ l


Rate this content
Log in

Similar oriya poem from Inspirational