STORYMIRROR

Sumitra Nayak

Abstract Tragedy Inspirational

3  

Sumitra Nayak

Abstract Tragedy Inspirational

ଜିଇଁବାଟା ବାଧ୍ୟ

ଜିଇଁବାଟା ବାଧ୍ୟ

1 min
324


ଗହଳି ମଧ୍ୟରେ ଭି ଏକା ଲାଗେ

କାହିଁକି କେଜାଣି ଏ ଜୀବନ ତୁଚ୍ଛ ଲାଗେ।

ପ୍ରତ୍ୟେକ ସମୟରେ ପ୍ରତ୍ୟେକ କ୍ଷଣରେ

ଖୁସିର ଲହଡି ଅଧା ଭଙ୍ଗା ହୋଇ ପଡେ।

ଅସହାୟ ହୋଇ ପଡେ ପ୍ରତ୍ୟେକ କ୍ଷଣରେ

ଦୁଃଖ ସୁଖର ପରିଣାମ ସମାନ୍ ବୋଧ ହୁଏ।

ଜୀଇଁବା ଆଶାର ଯେମିତି ଅନ୍ତ ହୋଇ ପଡ଼େ

ସବୁ ଯେମିତି ଚ୍ଛିନ୍ନ ବିସ୍ତାରିତ ଲାଗେ।

ଜୀବନର ପ୍ରତି ପୃଷ୍ଠାରେ ଦୁଃଖ କ୍ଲେଶ

ଯେମିତି ଖୁସିର କିଛି ସ୍ଥାନ ନାହିଁ।

ଯଦି ଅସଜଡ଼ା ଜୀବନକୁ ସଜାଡ଼ି ହୁଅନ୍ତା

ତେବେ କିଛି ମିଠା ମୁହୂର୍ତ୍ତରୁ ସ୍ମୃତି ସାଇତି ରଖନ୍ତି।

କିଛି ଭୁଲ୍ କୁ ଠିକ୍ କରି କିଛି ଲୋକଙ୍କୁ

ମନ ସିନ୍ଧୁକରୁ ବହୁତ୍ ଦୂରକୁ ଫିଙ୍ଗି ପାରନ୍ତି।

ସରଳ ନୁହେଁ ଏ ଜୀବନ ଜୀଇଁବା

ଯୋଉଠି ପ୍ରତେକ ସ୍ଥାନରେ ସ୍ଵାର୍ଥ ଭରି ରହିଛି।

ଭାରି ଭାରି ଲାଗେ ଏବେ ଗୋଟେ କ୍ଷଣ ଭି

ଅଣନିଶ୍ୱାସୀର ପବନ ଯେମିତି ଘେରି ରହିଛି।

ବିଶ୍ଵାସୀର ମୁଖା ତ ସମସ୍ତେ ପିନ୍ଧନ୍ତି

କିନ୍ତୁ ମୁଖା ତଳର ଚେହେରା ଅତି ନିଷ୍ଠୁର।

ସମୟ ବଦଳିବା ସହିତ ନିଜର ଭି ଦୁରେଇ ଯାଆନ୍ତି

ଯାହା ଜୀବନ୍ ଆଶା ଶୂନ୍ୟ ହୋଇପଡେ।

ଗହଳିରେ ଭି ଏକା ଲାଗେ ଜୀବନ୍ ଟା

କ୍ଷଣ ଭି ଯୁଗ ପରି ଲାଗେ ଏଠି।

ଜୀଇଁବା ମରିବା ଏକା ସମାନ୍ ଲାଗେ

ସବୁ କିଛି ସହି ଜୀଇଁବାଟା ବାଧ୍ୟ ହୋଇପଡେ।

          


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract