STORYMIRROR

Prabhati Mahapatra

Romance Tragedy Inspirational

3  

Prabhati Mahapatra

Romance Tragedy Inspirational

ଜାଳୁଛି ଦୀପାଳି

ଜାଳୁଛି ଦୀପାଳି

1 min
312

ଜାଳୁଛି ଦୀପାଳି ମନର କୋହରେ

ତୁମ କଥା ଭାବି ନିତି

କେମିତି ବିତାଏ  ବିଜନ ରଜନୀ

ହୃଦୟରେ ଚାପି ତାତି 

ଚିନ୍ତା ଚେତନାରୁ  ଅପସରି ନାହିଁ

ତୁମ ଆଲିଙ୍ଗନ ତୃପ୍ତି 

ଜାଳୁଛି ଦୀପାଳି .......


ବୁଝିଲ ତ ନାହିଁ  ଏକାନ୍ତ ଯାତନା 

ଯାହା ମୁଁ କହିନି ଦିନେ

ଅନ୍ତର କଥାକୁ  ବିଭୁ ପାଦେ ରଖି

ସାଇତିଛି ମନ ପ୍ରାଣେ 

ତୁମେ ମୋ ଈଶ୍ଵର ତୁମେ ମୋ ସିନ୍ଦୂର

ତୁମେ ମୋର ମୁକ୍ତି ଗତି ।

ଜାଳୁଛି ଦୀପାଳି ......


ପାଦରେ ଶିଙ୍କୁଳି  ଆୟୁ ମହାବଳୀ

ତୁମ ସ୍ମୃତି ଲିଭି ନାହିଁ

କେମିତି କହିବି  ତୁମ ଅପେକ୍ଷାରେ

ଦୁଇ ଆଖି ଅଛି ଚାହିଁ ।

ନିଭୃତ କୋଠରୀ ସାକ୍ଷୀ ଏକା ମୋର

ସାଥେ ମୋ ବିରହୀ ଗୀତି 

ଜାଳୁଛି ଦୀପାଳି ......


ସ୍ମୃତି ସିଲଟରେ ଫୁଟି ଉଠେ ଯେତେ

ସ୍ୱପ୍ନଝରା ଚଇତାଳି

ସେଇ ଅନୁଭବ  ଲକ୍ଷେ ଫଗୁଣରେ

ପ୍ରୀତି ରଙ୍ଗ ଦେଲା ବୋଳି

ଅକୁହା ଭାଷା ମୋ ଆନନେ ଲେପିତ

ନିରବେ ବୁଝାଏ ରୀତି ।

ଜାଳୁଛି ଦୀପାଳି .......



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance