STORYMIRROR

Satyabati Swain

Tragedy

3  

Satyabati Swain

Tragedy

ଏମିତି ସ୍ଥାନ

ଏମିତି ସ୍ଥାନ

1 min
352

ଏମିତି କଣ ଗୋଟିଏ ସ୍ଥାନ ଅଛି?

ଯେଉଁଠି ନ ଥିବ

ଦେହ ଦାହ

ମୁଖା ମଣିଷ

ଶୁଖା ହୃଦୟ

ମୃତ ସମ୍ପର୍କ

ଅବିଶ୍ଵାସ ଭୋକ!


ସତରେ କଣ ଏମିତି ଥାନଟିଏ ଅଛି?

ଯେଉଁଠି ଅଛି

କେବଳ ଦେବା

କଅଁଳିଆ ସକାଳ

କଂସା ଭର୍ତ୍ତି ପ୍ରେମ

ମନ ଭର୍ତ୍ତି ଆବେଗ

ଖୁସିର ନେନ୍ଥି ନେନ୍ଥି ଫୁଲ!


ଏମିତି କଣ ଗୋଟେ ଜାଗା ଅଛି?

ରାତିରେ ଏକାଏକା

ନଥିବ କିଛି ଦକା

ବୁଲିବେ ବାଳିକା

ଦୁଃଷ୍କର୍ମ ଧର୍ଷଣ

ଶୋଷ ବା କଷଣ

ଜୀଉଁଥିବେ ହୋଇଣ ସ୍ୱାଧୀନ?


ଜୀବନ ତମାମ ଖୋଜୁଛି ଗଳି କନ୍ଦି

ଏମିତି ସ୍ଥାନ ଓ ମନ 

ଯେଉଁଠି ନଥାନ୍ତେ ରାବଣ...

ଦେହ ପାଇଁ ରଣ, ହାଣ

କର୍ତ୍ତବ୍ୟ ପାଇଁ ଭ୍ରୂକୁଞ୍ଚନ

କଅଁଳ ମାଂସର ଚର୍ବଣ

ଝୁଣା ଝୁଣି ରାକ୍ଷସ ଭୋଜନ...



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy