ତେବେ ବୁଝିବ
ତେବେ ବୁଝିବ
ଯେବେ ..
ବିକଶିତ ହେବ ମନେ ଭାବର
ସେ ଭାବରୁ ଜନ୍ମ ହେବ ଶବ୍ଦ
ଶବ୍ଦର ମୃଦୁ ମୂର୍ଚ୍ଛନା ସତେଜ କରିବ
ତା ଭିତରେ ଥିବ ଲୁଚି ମେଘ
ସେଥିରୁ ଝରୁଥିବ ପ୍ରୀତିର ମଧୁ
ଛୁଇଁବ ସିଏ କୋମଳ ହୃଦୟକୁ
ତାକୁ ଦେଖି ମତୁଆଲା ମନ ହେଇଯିବ
ଆଉ ଥିରି ଥିରି ହସି କହିବ
ସବୁ ଋତୁଙ୍କୁ ବାନ୍ଧିଚି ଶୃତି ପଣତରେ
ଅନ୍ତ ହେବ ଏବେ ସବୁ ଅପେକ୍ଷାର
ଠାରେ ତୁମେ ଦେଖ ଅନ୍ତରରୁ
ତେବେ ବୁଝିବ ତେବେ ........
ସେବେ ..
ବୁଝିବ ପ୍ରେମ ଏକ ଶାଶ୍ୱତ ଅମୃତ ମଧୁ
ଅଟେ ସିଏ ସୁନ୍ଦର ସତ୍ୟ ନିରାକାର
ଅଛନ୍ତି ସବୁ ଋତୁ ତାହାରି ଭିତରେ
ପୁଣି କାହାକୁ ଦେଖାଦିଏ ନାହିଁ ଥରେ
ତାର ସତେଜତା ରହେ ନିରନ୍ତର
ମଧୁ ପରି ଅଟେ ସିଏ ସତ
କିନ୍ତୁ ରହିଯାଏ ସେହି ଗୁଞ୍ଜନରେ
ଯେଉଁଠି ମିଶନ୍ତି ଭ୍ରମର ଓ ଫୁଲ
ଆଉ ନୀରବତା ଭାଙ୍ଗେ ରାବ ପକ୍ଷୀଙ୍କର
କେହି ତାକୁ ଭିନ୍ନ ରୂପ ଦିଏ
କେହି କରେ ତିରସ୍କାର ବାରମ୍ବାର
କେହି ପୁଣି କରେ ତାକୁ ଆଦର
ସବୁ କିଛି ଦେଖି ଶୁଣି ସହିଯାଏ
କାରଣ ସତ୍ୟର ପ୍ରତୀକ ଅଟଇ ସିଏ
ବାଣ୍ଟିବାରେ ମନରେ ଆନନ୍ଦ ଭରିଦିଏ
କେବେ ପୁଣି ଅବ୍ୟକ୍ତ କୋହ ହୋଇ ରୁହେ
କିନ୍ତୁ ସିଏ ସତ୍ୟ ସିଏ ଅମର
ଥରେ ନିରେଖି ଦେଖ ତାକୁ
ତେବେ ବୁଝିବ ତେବେ ...................
ନହେଲେ ....
ସେହି ଅବ୍ୟକ୍ତ କୋହ ଲୁହ ହୋଇଯିବ
ଲୁହ କେବେ ଲୁଚେ ନାହିଁ
ସେ ଲୁଚିବା ଜାଣି ନାହିଁ
ବହିଯାଏ ଖାଲି
ପୋଛିବା ପାଇଁ କେହି ନାହିଁ
ଏହି ଦୁନିଆରେ ଏକା ହୋଇଗଲେ |
ତେଣୁ ହସିବା ଭୁଲ ନାହିଁ
ହସ ତ ଓଠରେ ଫୁଟେ
ସିଏ କାହାକୁ ଜାଣଇ ନାହିଁ
ଖେଳି ଖେଳି ଯାଏ
ଅନ୍ତର ବେଦନା ବୁଝିବ କାହିଁ ?
ଏହି ଦୁନିଆରେ ଆଜି
ସବୁ ଦିଆ ନିଆ ହୁଏ
ଦୁଃଖ ପଛରେ ଏବେ
ତାକୁ ନେବାକୁ ଅଛି କିଏ
ସୁଖ ତାର ସାଥି
ଛାଇ ପରି ରହିଥାଏ
ସଭିଏଁ ସୁଖକୁ ଆଦରନ୍ତି
ଦୁଃଖକୁ ପଛରେ ଅବା କିଏ ?
ଏହା ଦୁନିଆର ଖେଳ
ବୁଝି ସବୁ ଅବୁଝା ହୁଅନ୍ତି
ମାୟା ମୋହେ ପଡି
ଖାଲି ଯେତେ ଯନ୍ତ୍ରଣା ପାଆନ୍ତି
ଥରେ ଭାବି ତୁମେ ଦେଖ
ତେବେ ବୁଝିବ ତେବେ