STORYMIRROR

Satyabati Swain

Tragedy

3  

Satyabati Swain

Tragedy

ପାଳିବି ରଜ

ପାଳିବି ରଜ

1 min
355

ପ୍ରତିକ୍ଷଣେ ମାଗୁଛି ତୁମକୁ ପ୍ରଭୁ

ଅତି ଲୋଭନୀୟ ଗୋଟିଏ ଚିଜ

ସଂସାର ସଉଦା ଦୁନିଆଁ ସଉଦା

ସାରି ନିଏ ମୋତେ ହେ ବ୍ରଜରାଜ।


ଲାଗୁନାହିଁ ମନ ଆଉ ମୋ ଏଠାରେ

ଖୋଜୁଛି ଗୋଟିଏ ସ୍ଥାୟୀ ଠିକଣା

ମାୟାର ଦଉଡ଼ି ଦେଇଣ ଛିଡାଇ

ଯିବାକୁ ଚାହୁଁଛି ମୁକତି ଅଗଣା।


ମାଶାଣୀ ଶାଶୁ ଘରେ ନିଅ ମୋତେ

ପାରିଦିଅ ମୋର କୋକେଇ ସଜ

ବୁଣି ଦିଅ ଖଇ କଉଡ଼ି ମୁଠିଏ

ନୂଆ ବସ୍ତ୍ର ,ଅଳିତାରେ କରିଣ ସଜ।


ସଅଳ ସଅଳ କର ମୋତେ ବିଦା

ମନ ମୋ ଉଛନ୍ନ ହୁଅଇ ଆକ

ଶଙ୍ଖ ହରିବୋଲେ ପଠାଇ ହେ

ମାଶାଣୀ ରେ ଯାଇ ପାଳିବି ରଜ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy