STORYMIRROR

Satyabati Swain

Tragedy

3  

Satyabati Swain

Tragedy

ଫୁଟିବା ଯନ୍ତ୍ରଣା

ଫୁଟିବା ଯନ୍ତ୍ରଣା

1 min
296


ଚା ପତି ପରି ସିଝୁଛି

କପେ କପେ ସଭିଏଁ

ପିଉଛ ମୋତେ

ଅତି ଆହ୍ଲାଦରେ

ମୁଁ କିନ୍ତୁ ଫୁଟୁଛି

ଅହରହ ଜ୍ୱାଳା ରେ

ତୁମେ କି ବୁଝିବ ଫୁଟିବାରେ କି ଯନ୍ତ୍ରଣା !


ଓଃ ସମୟ! 

କେତେ ବେଗରେ

କି ବାଗରେ ଦଉଡୁଛୁ ତୁ

ତୋ ସହ ତୁଚ୍ଛା ଟାରେ

ବୟସ ଆୟୁଷ

ଦୌଡା ପ୍ରତିଯୋଗିତା ଅନବରତ କରୁଛି ମୁଁ !


ହେଇ ତ ଲାଗୁଛି ସେତେବା

ମୋ ମନ ଗାଧୋଉ ଥିଲା

ତୁମ ମେଳ ଗହଣ ରେ

ସୁଖ ସୋରିଷ ମୋହ

ଆନନ୍ଦ ଚନ୍ଦନ ଯାତ୍ରାରେ ଭିଡ଼ ମଧ୍ୟରେ।


ମୋ ପାଦ କାହିଁ !

ମାଟି ନା ଆକାଶ ବୁକେ

ଆବେଗ ନିଶା ମୋତେ ଜଗଡ଼ି

ଆକ୍ତାମାକ୍ତା ହୃଦ

ଉଡୁଥିଲା ସୂର୍ଯ୍ୟଙ୍କ ପାଖେ ଡେଣା ପୋଡିଗଲେ ବି।


ମୁଁ ହଜାଇଥିଲି ମୋର ସତ୍ତା

ତୁମକୁ ପାଇଁ ଏତେ ପାଖରେ;

ନିଜକୁ ପ୍ରତିକ୍ଷଣେ ପରଖୁଥିଲି

ଓଁ ସ୍ୱାହା କରୁଥିଲି

କର୍ତ୍ତା ହୋଇ ଜୀବନ ଯଜ୍ଞରେ ମୋର ସବୁ ଅସ୍ତିତ୍ୱ।


ଆଃ ରେ ସମୟ!

ନିଷ୍ଠୁର ତୁ

ସାରିଦେଲୁ ସୁଖ ମୁହୂର୍ତ୍ତ

କିଛି କହି ପାରିଲିନି

ଅଧା ଗଢ଼ା ମୂର୍ତ୍ତି

ଜୀବନ୍ୟାସ ପାଇବାକୁ ମାଗେ ଟିପେ କଳା।


ସେମାନେ ଫେରିଲେ

କଣ ନେଇ ମୁଁ ଜାଣି ବି ଅଜଣା

ମୁଁ କିନ୍ତୁ ବିରତ ନୁହେଁ

ପାହାଡ଼ ଚଢାରୁ ଜମା ବୃଦ୍ଧିରୁ

ଅଭ୍ୟସ୍ତ ମନ ମସ୍ତିଷ୍କ ଆଙ୍କେ ଅହରହ ଧ୍ୱଂସର

ଆଲପନା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy