STORYMIRROR

Sudipta Sundar Mohanty

Tragedy Inspirational

3  

Sudipta Sundar Mohanty

Tragedy Inspirational

ଜଳନ୍ତା ନିଆଁଟିଏ ମୁଁ

ଜଳନ୍ତା ନିଆଁଟିଏ ମୁଁ

1 min
393

ଜଳନ୍ତା ନିଆଁଟିଏ ମୁଁ

କଣ ଭାବିଛି ଏ ସମାଜ ମତେ

ମୁଁ କଣ ମଣିଷ ହାତର ଖେଳଣା

ମୋର କଣ ଅସ୍ତିତ୍ତ୍ଵ ନାହିଁ

କିଛି ସତ୍ତା ନାହିଁ କଣ ମୋ ପାଖରେ

କାହିଁକି କାହିଁକି.... ଏମିତି କରୁଛି

ଏଇ ମାନବ ଜାତି

ସେ କଣ ଜାଣିନି

ଅଗ୍ନିରୁ ଜାତ କନ୍ୟା ପାଇଁ

ଦିନେ ମହା ସଂଗ୍ରାମ ହୋଇଥିଲା

ତାର ଜଳନ୍ତା ନିଆଁରେ

ସମସ୍ତ ପାପ ଧ୍ଵଂସ ପାଇଥିଲା

ତାର ଅପମାନ ପାଇଁ

କୌରବ ଜାତି ନିବଂଶ ହୋଇଗଲା

ଯୁଗେ ଯୁଗେ ଯେଉଁଠି

ନାରୀର ଅପମାନ ହେଉଛି

ସେ ଜାତି ସର୍ବଦା ନିମ୍ନଗାମୀ ହୋଇଛି

ସେଠି କେବଳ ରକ୍ତ ସଂଗ୍ରାମ ଚାଲିଛି

ସବୁ ଜାଣିକି ବି ସେ ଖୋଜେ

କେବଳ କାମନାର ତୃପ୍ତି

ଏକୁଟିଆ ଦେଖିଲେ 

ହିତାହିତ ଜ୍ଞାନ ତାର ହଜିଯାଏ

ଆଗ ପଛ କିଛି ବିଚାର କରେନି

ଝାମ୍ପି ପଡେ କାମନା ପୂରଣ ପାଇଁ

ଖିନଭିନ୍ କରି ପକାଏ

ସେତିକିରେ ଯଦି ତୃପ୍ତି ନ ହୁଏ

ପୁଣି ତାକୁ ମାରିଦିଏ

ତା ବିବେକ କଣ ବାଧା ଦିଏନି

ଏ ସବୁ କରିବା ପାଇଁ

ଥରୁଟିଏ ସେ ଚିନ୍ତା କରେନି

ଇଏ ସେଇ ନାରୀ

ଯିଏ ତାକୁ ଦିନେ ଜନ୍ମ ଦେଇଥିଲା

ଦଶମାସ ଗରଭେ ଧାରଣ କରିଥିଲା

ଇଏ ହେଉଛି ସେଇ ନାରୀ

ଯିଏ ଦିନେ ଡୋରିଟିଏ ବାନ୍ଧି

ତାକୁ ରକ୍ଷା କବଚ ମାନୁଥିଲା

କିନ୍ତୁ ସିଏ ଆଜି କଣ କରୁଛି

ରକ୍ଷକ ବଦଳରେ ଭକ୍ଷକ ସାଜୁଛି

ନା ନିଜ ସୁରକ୍ଷା ନିଜେ କରିବାକୁ ହେବ

ସେଦିନ ଯେମିତି ହୋଇଥିଲା 

କୁରୁସଭାରେ......

ଯାଜ୍ଞସେନୀ ସାଜିବାକୁ ହେବ ମତେ

ଜଳନ୍ତା ନିଆଁ ଟିଏ ହେବାକୁ ପଡ଼ିିବ

ବିଦ୍ରୋହ କରିବାକୁ ହେବ ମତେ

ନିଜେ ଜଳି ପାପୀକୁ ଜଳାଇବାକୁ

ହେବ ମତେ.......

ହଁ ହଁ ସାଜିବାକୁ ହେବ ମତେ

ଗୋଟେ ଅଗ୍ନି ପିଣ୍ଡୁଳା....

କାହିଁକି ନା.....

ଜଳନ୍ତା ନିଆଁଟିଏ ମୁଁ....।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy