STORYMIRROR

Sudipta Sundar Mohanty

Others

3  

Sudipta Sundar Mohanty

Others

ଗୋପପୁର ଚିଠି

ଗୋପପୁର ଚିଠି

1 min
419

ବିରହୀ ରାଧିକା      ବିରହରେ ବସି

   ଭାବେ କଳା କାହ୍ନୁ କଥା,

ଆଗୋ ପ୍ରିୟତମା      କେମିତି ଭୁଲିଲ

   ସହି ନ ପାରେ ମୁଁ ବ୍ୟଥା।।


ହୃଦୟର ବ୍ୟଥା     ବେଦନା ମୋହର

   ବୁଝି ପାର ନାହିଁ କେବେ,

କେମିତି ରହୁଛ    ସେ ମଧୁପୁରରେ

   ରାଧା ବିନା ତୁମେ ଏବେ।।


ଦୂରେ ରହିବାର     ବ୍ୟଥା ବେଦନା ଯେ

   ସହିନପାରେ ମୁଁ ଆଜ,

ଲେଖୁଅଛି ଚିଠି    ଗୋ ରସିକମଣି

   ଚିଠ ପଢି ମନ ଦେବ।।


ମାତା ଯଶୋଦା     ଯେ ବାହୁନି କାନ୍ଦୁଛି

   ପୁତ୍ର ପ୍ରେମେ ବାଇ ହୋଇ,

ଗଲୁ କିରେ ଧନ     ଫେରିବାର ଇଚ୍ଛା

   ତୁଣ୍ଡେ ନ ଧରିଲୁ କାହିଁ।।


ହାଣ୍ଡିକର ଦହି      ଖଟା ହେଲାଣିରେ

   ଜଗି ଜଗି ତତେ ଧନ,

ସର ଲବଣୀ ମୋ    ସରୁ ନାହିଁ ଏବେ

   ଫେରି ଆ' କଳା ରତନ।।


ନନ୍ଦ ବାବା ତୋର       ଆଣିଛି ତୋ ପାଇଁ

   ମାଟି କଣ୍ଢେଇ ଖେଳଣା,

ସୁଦାମା ସୁବଳ      ଚାହିଁ ରହିଛନ୍ତି

  କରିବାକୁ ଗୋପ କ୍ରୀଡା।।


ଗୋପ ବାଳା ମାନେ       ଜଗି ବସିଛନ୍ତି

   ଯମୁନା ଜଳର ପାଶେ,

ଆସିବୁ କେବେ ତୁ     ବଂଶୀ ବଜାଇବୁ

   ମଳୟ ହେବ ହରଷେ।।


ତୋ ବଂଶୀର ସ୍ଵନ     ଶୁଣିବା ପାଇଁ କି

    ଅପେକ୍ଷା ତରୁ ପଲ୍ଲବ,

ହଜିଯିବେ ସେ ଯେ       ମଜି ଯାଉଥିବେ

    ପାଦେ ଘୁଙ୍ଗୁରର ଛନ୍ଦ।।


କଦମ୍ବ ମୋହିବ       ମୟୂରୀ ନାଚିବ

   ରାଧା ପ୍ରୀତି ମିଠା ହେବ,

ଚିଠି ମହକିବ      ତୁଳସୀ ବାସିବ

   ରାଧା ନିନ୍ଦା ଦୂର ହେବ।।


ଦେଉ ଅଛି ଚିଠି      କର୍ପୂର ଲଗାଇ

   ଚିହ୍ନି କି ପାରିବ ନାହିଁ,

ରାଧା ପ୍ରୀତି ଆଜି      ଚାହିଁ ରହିଅଛି

   ଉତ୍ତର ଦେବ କହ୍ନେଇ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍