STORYMIRROR

Sudipta Sundar Mohanty

Romance Others

4  

Sudipta Sundar Mohanty

Romance Others

ଅପୂର୍ବ ମିଳନ ଓ ତାହାର ପ୍ରତୀକ

ଅପୂର୍ବ ମିଳନ ଓ ତାହାର ପ୍ରତୀକ

1 min
639

ଦେଖା ହୋଇଥିଲା ତୁମ ସହ

ଏପରି ଏକ ଚାନ୍ଦିନୀ ରାତିରେ

ଝରି ଯାଉଥିଲା ରୂପାର ଏକ ଶୁଭ୍ର କିରଣ

ଶୁଭୁଥିଲା ରାତ୍ରିଚର ମାନଙ୍କ ଗୁଞ୍ଜନ

ପକ୍ଷୀ ଦମ୍ପତି ଙ୍କ ଗାନ

ନିର୍ଜନ ରାତି ମିଞ୍ଜି ମିଞ୍ଜି ତାରାରେ

ହସୁଥିଲା ଗଗନ

ଘଟିଥିଲା ଯେବେ ଦୁଇ ଚକ୍ଷୁର ମିଳନ

ହୃଦୟରେ ଖେଳି ଗଲା ଏକ ଅପୂର୍ବ ଶିହରଣ

ମିଶିବାକୁ ଲାଗିଥିଲା ଦୁଇ ମନ

ଦୁଇ ହୃଦୟର ଇଏ ଅପୂର୍ବ ମିଳନ

କମ୍ପିବାକୁ ଲାଗିଥିଲା ଦୁଇଟି ଅଧର

ବଢି ଚାଲିଥିଲା ହୃଦ ସ୍ପନ୍ଦନ ର ହାର

କେମିତିକା ସଂଯୋଗ ଏ ଅପୂର୍ବ ମିଳନ

ମନ ମଧ୍ୟେ ଉଠୁଥିଲା ଅଗଭୀର ପ୍ରଶ୍ନ

ଅଜଣା ପଥର ଦୁହେଁ ପଥିକ ଯେ ଥିଲେ

ଲକ୍ଷ୍ୟ ଥିଲା ଆମ ବିପରୀତ

ମୁଁ କିନ୍ତୁ ମିଶିବାକୁ ଚାହୁଁଥିଲି ତୁମ ସହ

ନଈ ସହ ସାଗର ର ଅପୂର୍ବ ମିଳନ

ଆତ୍ମା ସହ ପରମାତ୍ମା ଙ୍କ ମିଳନ

ବହୁ ଝଡ଼ ଝଞ୍ଜା ପରେ ବି ବହି ଚାଲିଥାଏ 

ନଈ ଶାଶ୍ଵତ ପ୍ରେମ ର ବାର୍ତ୍ତା କୁ ଧରି

ସଂସାରେ ରହିଲେ ବି ଆତ୍ମା ଖୋଜେ

ପରମାତ୍ମା ଙ୍କ ମିଳନ

ମୁଁ ବି ପ୍ରତିଶ୍ରୁତି ଦେଲି ଏଇ ମିଳନ କୁ

ହସ୍ତ ମୁଦ୍ରିକା ଯେ ପ୍ରତୀକ ଆମ ମିଳନ ର

ପଚାରିଲ ତୁମେ କାହିଁକି ଏ ମୁଦ୍ରିକା

ମିଳନ ର ପ୍ରତୀକ ସେ ହୋଇଅଛି ଏକା

ଉତ୍ତର ଯେ ଥିଲା ମୋର ଶୁଣ ପ୍ରାଣ ସହି

ଏ ମୁଦ୍ରିକା ଯୁଗେ ଯୁଗେ ମିଳନ ଯେ ହୋଇ

ଏତେ ଭଲ ପାଇ ବି ରାଜା ଚିହ୍ନି ପାରିଲେ ନାହିଁ

ନିଜ ପ୍ରିୟ ଶକୁନ୍ତଳା କୁ

ରାଜା ଦୁଷ୍ମନ୍ତ କୁ ଯେବେ ତାଙ୍କ ପତ୍ନୀ

ଏଇ ମୁଦ୍ରିକା ଦେଖାଇଲେ

ନିଜ ସ୍ତ୍ରୀ ରୂପେ ଗ୍ରହଣ କରିଥିଲେ

ବୈଦେହୀ ଯେବେ ଲଙ୍କା ପୁରୀ ରେ ଥିଲେ

ଏଇ ମୁଦ୍ରିକା ଦେଇ ତାଙ୍କୁ 

ହନୁମାନ ସାନ୍ତ୍ଵନା ଦେଇଥିଲେ

ସେହିପରି ଆମ ମିଳନ ର ପ୍ରତୀକ

ଏଇ ମୁଦ୍ରିକା ହିଁ ହେବ

ଅପୂର୍ବ ମିଳନ ର ଇଏ ଏମିତି ପ୍ରତୀକ

ଯୁଗେ ଯୁଗେ ସ୍ମାରକୀ ହୋଇ ରହିଥାଉ ସେ ତ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance