ଅପୂର୍ବ ମିଳନ ଓ ତାହାର ପ୍ରତୀକ
ଅପୂର୍ବ ମିଳନ ଓ ତାହାର ପ୍ରତୀକ
ଦେଖା ହୋଇଥିଲା ତୁମ ସହ
ଏପରି ଏକ ଚାନ୍ଦିନୀ ରାତିରେ
ଝରି ଯାଉଥିଲା ରୂପାର ଏକ ଶୁଭ୍ର କିରଣ
ଶୁଭୁଥିଲା ରାତ୍ରିଚର ମାନଙ୍କ ଗୁଞ୍ଜନ
ପକ୍ଷୀ ଦମ୍ପତି ଙ୍କ ଗାନ
ନିର୍ଜନ ରାତି ମିଞ୍ଜି ମିଞ୍ଜି ତାରାରେ
ହସୁଥିଲା ଗଗନ
ଘଟିଥିଲା ଯେବେ ଦୁଇ ଚକ୍ଷୁର ମିଳନ
ହୃଦୟରେ ଖେଳି ଗଲା ଏକ ଅପୂର୍ବ ଶିହରଣ
ମିଶିବାକୁ ଲାଗିଥିଲା ଦୁଇ ମନ
ଦୁଇ ହୃଦୟର ଇଏ ଅପୂର୍ବ ମିଳନ
କମ୍ପିବାକୁ ଲାଗିଥିଲା ଦୁଇଟି ଅଧର
ବଢି ଚାଲିଥିଲା ହୃଦ ସ୍ପନ୍ଦନ ର ହାର
କେମିତିକା ସଂଯୋଗ ଏ ଅପୂର୍ବ ମିଳନ
ମନ ମଧ୍ୟେ ଉଠୁଥିଲା ଅଗଭୀର ପ୍ରଶ୍ନ
ଅଜଣା ପଥର ଦୁହେଁ ପଥିକ ଯେ ଥିଲେ
ଲକ୍ଷ୍ୟ ଥିଲା ଆମ ବିପରୀତ
ମୁଁ କିନ୍ତୁ ମିଶିବାକୁ ଚାହୁଁଥିଲି ତୁମ ସହ
ନଈ ସହ ସାଗର ର ଅପୂର୍ବ ମିଳନ
ଆତ୍ମା ସହ ପରମାତ୍ମା ଙ୍କ ମିଳନ
ବହୁ ଝଡ଼ ଝଞ୍ଜା ପରେ ବି ବହି ଚାଲିଥାଏ
ନଈ ଶାଶ୍ଵତ ପ୍ରେମ ର
ବାର୍ତ୍ତା କୁ ଧରି
ସଂସାରେ ରହିଲେ ବି ଆତ୍ମା ଖୋଜେ
ପରମାତ୍ମା ଙ୍କ ମିଳନ
ମୁଁ ବି ପ୍ରତିଶ୍ରୁତି ଦେଲି ଏଇ ମିଳନ କୁ
ହସ୍ତ ମୁଦ୍ରିକା ଯେ ପ୍ରତୀକ ଆମ ମିଳନ ର
ପଚାରିଲ ତୁମେ କାହିଁକି ଏ ମୁଦ୍ରିକା
ମିଳନ ର ପ୍ରତୀକ ସେ ହୋଇଅଛି ଏକା
ଉତ୍ତର ଯେ ଥିଲା ମୋର ଶୁଣ ପ୍ରାଣ ସହି
ଏ ମୁଦ୍ରିକା ଯୁଗେ ଯୁଗେ ମିଳନ ଯେ ହୋଇ
ଏତେ ଭଲ ପାଇ ବି ରାଜା ଚିହ୍ନି ପାରିଲେ ନାହିଁ
ନିଜ ପ୍ରିୟ ଶକୁନ୍ତଳା କୁ
ରାଜା ଦୁଷ୍ମନ୍ତ କୁ ଯେବେ ତାଙ୍କ ପତ୍ନୀ
ଏଇ ମୁଦ୍ରିକା ଦେଖାଇଲେ
ନିଜ ସ୍ତ୍ରୀ ରୂପେ ଗ୍ରହଣ କରିଥିଲେ
ବୈଦେହୀ ଯେବେ ଲଙ୍କା ପୁରୀ ରେ ଥିଲେ
ଏଇ ମୁଦ୍ରିକା ଦେଇ ତାଙ୍କୁ
ହନୁମାନ ସାନ୍ତ୍ଵନା ଦେଇଥିଲେ
ସେହିପରି ଆମ ମିଳନ ର ପ୍ରତୀକ
ଏଇ ମୁଦ୍ରିକା ହିଁ ହେବ
ଅପୂର୍ବ ମିଳନ ର ଇଏ ଏମିତି ପ୍ରତୀକ
ଯୁଗେ ଯୁଗେ ସ୍ମାରକୀ ହୋଇ ରହିଥାଉ ସେ ତ ।