STORYMIRROR

Sudipta Sundar Mohanty

Classics Inspirational Others

3  

Sudipta Sundar Mohanty

Classics Inspirational Others

କଣ୍ଢେଇ ଆଖିରେ ଲୁହ

କଣ୍ଢେଇ ଆଖିରେ ଲୁହ

1 min
271

ଶୁଖା କଣ୍ଢେଇଟେ ସେଇ

ଲାଭ ହାନି କଣ ଜାଣେ ନାହିଁ

ଲାଲ୍ ଟୁକୁ ଟୁକୁ ଓଠ ରୁ

ହସ ନୁହଁ ବୋଧେ ମୁକ୍ତା ଝରି ପଡୁଥିଲା

କୁନି କୁନି ଆଖିରେ 

କଅଁଳ ସୂର୍ଯ୍ୟର ଆଭା ଫୁଟି ଉଠୁଥିଲା

କେତେ ନିରୀହ ନିଃଶ୍ୱାସ ତା ଜୀବନ

କିନ୍ତୁ ; ମନ ପୁରା ନିର୍ମଳ

କେହି ତା ହୃଦୟ ର ଭାଷା କୁ ପଢି ପାର

ନା , କେହି ପଢି ପାରନ୍ତି ନାହିଁ

ଯାହାର ମନ ଯେମିତି ହେଉଛି

ତାକୁ ନେଇ ସେମାନେ ସେମିତି ନଚେଇ ଦିଅନ୍ତି

ଅନ୍ତର ବେଦନା ତାହାର କେହି ବି

ବୁଝି ପାରନ୍ତି ନାହିଁ

ଛାତି ରେ କୋହ ରହିଛି

ଆଖିରେ ତାହାର ଲୁହ ବି ରହିଛି

ହେଲେ , ସେ କୋହ ସମ୍ଭାଳିବା ଜାଣିଛି

ନା ଲୁହ କୁ ଲୁଚାଇବା ଶିଖିଛି

ଯେବେ ଝିଅ ଦେଖା ପର୍ବ ହୁଏ

ଝିଲିମିଲି ଶାଢ଼ୀ ପିନ୍ଧି

ସଜ ହୋଇ ବସିପଡେ ତାଙ୍କ ଆଗରେ

ତାଳ ରୁ ତଳିପା ଯାଏଁ

ସେମାନେ ତାକୁ ଚାହିଁ ରହନ୍ତି

ଦୁନିଆ ରଙ୍ଗମଞ୍ଚ ରେ ଅଭିନୟ କରେ

କେବେ ତାଳି ମିଳେ ତ ଆଉ କେବେ ଗାଳି

ଦୁଇ କୁଳ ର ହିତ ପାଇଁ

କେତେ ଯତନ ନ କରେ

ହେଲେ , ସେ କାହାର ନିଜର ହେଇ ପାରେ ନାହିଁ

ଅର୍ଦ୍ଧ ରାତ୍ର ରେ ଘରୁ ବାହାରି ପାରେ ନାହିଁ

ଯେଉଁଠି ରକ୍ଷକ ଭକ୍ଷକ ପାଲଟିଛି

ଦୋଷ ବା କାହାକୁ ଦେଇ ପାରିବା

ମଣିଷ କହେ ଡାକ୍ତର ଦ୍ଵିତୀୟ ଭଗବାନ

କିନ୍ତୁ , ଏବେ ଡାକ୍ତର ଦ୍ଵିତୀୟ ଯମ ପାଲଟିଛି

ମଣିଷ କୁହେ ପୋଲିସ୍ ଆମର ରକ୍ଷା କର୍ତ୍ତା

କିନ୍ତୁ ପୋଲିସ ଅର୍ଦ୍ଧ ରାତ୍ର ରେ ସୁରକ୍ଷା ବଦଳରେ

ଭକ୍ଷକ ସାଜି ଉପଭୋଗ କରୁଛି

ଚଳ ଚଞ୍ଚଳ ପୃଥିବୀ ଅଟକି ଯାଆନ୍ତା କି

କିଛି ସମୟ ପାଇଁ କଣ୍ଢେଇ ର ଲୁହରେ

ସୂର୍ଯ୍ୟ ବି ମୁହଁ ଲୁଚେଇ ଦିଅନ୍ତା

ବିଶ୍ବାସ କରିବ ବା କାହାକୁ

ରକ୍ଷକକୁ ନା ନିଜକୁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics