STORYMIRROR

Sitansu Jena

Abstract Romance Tragedy

4  

Sitansu Jena

Abstract Romance Tragedy

ରେଶମ ର ଚିଠି

ରେଶମ ର ଚିଠି

2 mins
11


ପ୍ରବଳ ଶୀତ ସାଙ୍ଗକୁ କାଲୁଆ ପବନ ମଝିରେ ମଝିରେ ଝିପ ଝିପ ବର୍ଷା, ମନ ଚାହୁଁଥାଏ ଟିକିଏ ଉଷୁମ ଚା ଜାକି ହୋଇ ପଶିଯିବା ପାଇଁ କା ଗରମ କାଁଚୁଲା ତଳେ ଆଉ ହଜିଯିବାକୁ କେଉଁ ଭିନ୍ନ ଅବଶୋଷ ନେଇ । ଶୀତ ଏମିତି ଲାଗୁଥାଏ ଯେମିତି ପିଞ୍ଜରଟା ଥରିଯିବ ମୋତେ ଗୋଟେ ଭଲ ସୋଏଟର ଆବଶ୍ୟକ ଖୋଜି ବୁଲୁ ବୁଲୁ ରଙ୍ଗ ବେରଙ୍ଗ ର ନେପାଳି ବଜାର ରେ ନଜର ଲାଗିଗଲା ଏକ ଅସୁମାରୀ ଲାବଣ୍ୟ ରେ ଜୁଡୁବୁଡୁ ନେପାଳି ଝିଅଟି ଉପରେ ।


ଢଳ ଢଳ ଆଖି ଗୋଲାପୀ ଓଠ ଆଉ ଅସୁମାରୀ ସୌନ୍ଦର୍ଯ୍ୟ ର ସୁକୁମାରୀ ଅବା.......ବଡ଼ ଶାନ୍ତର୍ପଣ ରେ ତା ଆଡକୁ ଆଗେଇ ଯାଉ ଯାଉ ସ୍ୱତଃସ୍ପୁର୍ତ୍ତ ଭାବରେ ତା ପାଟିରୁ ବାହାରି ଆସିଲା ଏଇ ସୋଏଟର ଟା ଆପଣଙ୍କ ବାଦାମୀ ରଙ୍ଗର ଚେହେରାକୁ ବେଶ ମାନିବ ବାବୁ..।


ମୋ ମନ ତଳର ନିଆଁ ଯେମିତି ଆହୁରି ଦାଉ ଦାଉ ହୋଇ ଜଳି ଉଠିଲା ଗରମ ନିଶ୍ୱାସ ସବୁ ତା ସୁକୁମାରୀ ତନୁକୁ ଝାଉଁଲେଇଦେଲା । ବିନା ଦ୍ଵିଧାରେ ମୁଁ ସେ ସୋଏଟର ଟା ତା ପାଖରୁ କିଣି ଆଣୁ ଆଣୁ ତା ହାତର ନରମ ସ୍ପର୍ଶରେ ଯେମିତି ମୁଁ ଆନମନ ହେଲି ଆଉ କେଉଁ ଏକ ଅଦ୍ଭୁତ ଅନୁଭବ ରେ ।


ସେଦିନଠୁ ମୁଁ ସବୁଦିନ ସେଇ ବାଟ ଦେଇ ଯାଏ ଆଉ ରେଶମ କୁ ଦେଖେ ସେ ବି ତା ଦୋକାନ ଭିତରୁ ପଦାକୁ ବାହାରି ଆସେ ଚାରିଚକ୍ଷୁ ଅପୂର୍ଵ ମିଳନ........କାହିଁକି କେଜାଣି ତା ଆଡ଼େ ମନ ଆପେ ଆପେ ପହଁରି ଯାଏ ଆଉ ସେଇ ସୋଏଟର ରୁ ମୁଁ ପାଏ ତା ଦେହର ବାସ୍ନା ଆଉ କେଉଁ ଅଫୁରନ୍ତ ଆନନ୍ଦରେ ମୁଁ ହୁଏ ମସଗୁଲ......।


ଏକ ଶୀତୁଆ ସଞ୍ଜରେ ହୁଏ ଆମ ମିଳନର ମଧୁ ସ୍ନାନ । ପାଖ ଲନ ରେ ତା ସହ ହୁଏ ମୋର । ଦେହର ଭେଟ ସମର୍ପଣ ର ଲଗ୍ନ ତ୍ୟାଗର ଆବେଦନ ଆଉ ପ୍ରେମର ନିବେଦନ ।


ସେଦିନୁ ଯେମିତି ରେଶମ ହୋଇ ଗଲା ମୋ ମନ ସାମ୍ରଜ୍ୟ ର ଯୁବ ରାଣୀ ମହମ ମଞ୍ଜୁଳ ଦେହରେ ତାର ଅନେକ ରଙ୍ଗର ଋତୁ ମଥା ପିଟୁଥାନ୍ତି.......


ଶୀତ ସରି ସରି ଆସିଲା ଆଉ ରେଶମ ତା ବାପା ମାଙ୍କ ସହ ଯିବାପାଇଁ ନିଜ ଦେଶକୁ ପ୍ରସ୍ତୁତି ପର୍ବରେ ଲାଗିପଡ଼ିଥାଏ........


 ଯିବାର ବନ୍ଦୋବସ୍ତ ସବୁ ସରିଯାଉଥାଏ ହେଲେ ରେଶମ ର ମନ ଆଗକୁ ଗୋଟେ ପାଦ ବି ପଡ଼ୁ ନ ଥାଏ ଯେମିତି ତା ପାଦ କାହା ପାଦ ସହ ଛନ୍ଦି ହୋଇ ଆଗକୁ ଯିବାର ଅଦମ୍ୟ ପିପାସା ହେଳେ କରିବ କଣ ସେତ ମାତ୍ର ମୋଟେ ସତର ବର୍ଷର ଅନୂଢ଼ା ଝିଅ ଟିଏ । ସେଦିନ ମୁଁ ଟ୍ରେନ ପାଖରେ ପହଂଚୁ ପହଂଚୁ ଡେରି ହେଇଯାଉଥାଏ ଆଉ ସେ ବେସ୍ତ ଆଉ ବିବ୍ରତ ହୋଇ ଫୋନ କରୁଥାଏ ହାୟ ସବୁ ସରିଗଲା ଠିକ ମୁଁ ତା ସାମ୍ନା ରେ ପହଂଚୁ ପହଂଚୁ ଗାଡି ଛାଡିଦେଲା ଆଉ ମୋ ରେଶମ ଭୋ..... କିନା କାନ୍ଦି ଉଠିଲା..........


କିଛିଦିନ ପରେ.......ରେଶମ ର ଚିଠି ଆସିଲା ଏତେ କମ ବୟସରୁ ରେଶମ ମା ହେବାକୁ ଯାଉଛି ବାପା ମା ଭାଇ ପରିଜନ ମାନେ ଜାଣିବା ପୂର୍ବରୁ ମୁଁ ସବୁଦିନ ପାଇଁ ଚାଲିଯାଉଛି ।


ଏସବୁ କଣ ଘଟିଗଲା............ଏ ବର୍ଷ ମୁଁ ଠିକ ସେଇ ଜାଗାକୁ ଗଲି ରେଶମ ର ପାଦ ପଡ଼ିଥିବା ସେଇ ମାଟି ଉପରେ ଆଞ୍ଜୁଳାଏ ଫୁଲ ଆଉ ଲୁହକୁ ତର୍ପଣ ଦେଇ କହିଲି ଯୋଉଠି ଥା ରେଶମ ଖୁସିରେ ଥା ଆଉ ମୋତେ ସେଇଠିକୁ ନେଇ ଯା ଯେତେ ଜଲ୍ଦି ମୋ ରେଶମ ।


ମୋତେ କ୍ଷମା କରିଦେ........।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract