STORYMIRROR

Sarojini Mishra

Tragedy

4  

Sarojini Mishra

Tragedy

ଗୁମୁରି କାନ୍ଦୁଛି ପ୍ରିୟା

ଗୁମୁରି କାନ୍ଦୁଛି ପ୍ରିୟା

2 mins
210


ଗୁମୁରି କାନ୍ଦୁଛି ପ୍ରିୟା
ସାତଟି ଦିନର ସାତ'ଶ ସପନ
କିଏ କହ ନେଇଗଲା
ତା ମଥା ସିନ୍ଦୁର ପବିତ୍ର ବନ୍ଧନ
ସବୁ ଫିକା ପଡିଗଲା |

ଗୁମୁରି କାନ୍ଦୁଛି ପ୍ରିୟା
ଭୂସ୍ବର୍ଗ କାଶ୍ମିରୀ ସୌନ୍ଦର୍ଯ୍ୟ ବେଳାରେ
ତା ଲୁହ ଲହଡି ଖେଳା
ବେଦନା ବିଧୁର ଶଙ୍ଖ ଧ୍ବନୀ ଶୁଭେ
ରକ୍ତ ରେ ରଞ୍ଜିତ ଖଳା ।

ଗୁମୁରି କାନ୍ଦୁଛି ପ୍ରିୟା
ଶ୍ଵେତ ଚେତନାର ପତରେ ପତରେ
ପଡିଗଲା ରକ୍ତ ଛିଟା
ଜୀବନ ସ୍ତବକ ନହେଲା ସ୍ଫୁଟିତ
ମନ ମାନସ ଉକୁଟା ।

ଗୁମୁରି କାନ୍ଦୁଛି ପ୍ରିୟା
ପ୍ରତିଶୃତି ସବୁ ଧୂଆଁ ହୋଇଗଲା
ଜୀବନ ନିସଙ୍ଗ ହେଲା
ପବିତ୍ର ବନ୍ଧନ ନୋହିଲା ଇନ୍ଧନ
ଲୁହରେ ଭିଜାଇ ଗଲା ।

ଗୁମୁରି କାନ୍ଦୁଛି ପ୍ରିୟା
ମିଳନ ଆନନ୍ଦ ଛିଡ଼ିଗଲା ଛନ୍ଦ
ବର୍ବର ମାନସିକତା
ଛାତି ର ରକତେ ଲେଖି ଦେଇଗଲା
ଅମଣିଷ ଇତିକଥା ।

ଗୁମୁରି କାନ୍ଦୁଛି ପ୍ରିୟା
ଭିଜା ପଣତରେ ଲୁହ ଭିଜୁନାହିଁ
ବାଦଲେ ଚାହିଁ ବ୍ୟଥିତା
ତାରା କୋଳେ ତାର ସପନ ଭାସୁଛି
ମାରୁଛି ଆଖି ମିଟିକା ।

ଗୁମୁରି କାନ୍ଦୁଛି ପ୍ରିୟା
ପ୍ରୀତି ଦିପାଳୀରୁ ତୈଳ ହଜିଗଲା
ମମତା ଖୋଜେ ଆସରା
ପ୍ରେମ ଫଲ୍ଗୁ ଧାରେ ରକତର ନଈ
କାହାକୁ କହିବ ପ୍ରିୟା ।

ଗୁମୁରି କାନ୍ଦୁଛି ପ୍ରିୟା
ଆଶା ସ୍ବପ୍ନ ଭରା ଝୁଲି ନେଇଗଲା
ନିଃସଙ୍ଗ ହୋଇ ଫେରିଲା
ମନର ପ୍ରତିଟି କୋଠରୀ ବୁକୁରେ
ନିରାଶା ସୌଧ ତୋଳିଲା ।

ଗୁମୁରି କାନ୍ଦୁଛି ପ୍ରିୟା
ପାଦର ଅଳତା ଅମଉଳା ପୁଣି
ମଥାରେ ସିନ୍ଦୁର ଡେରା
ଉଜୁଡିଲା ତାର ସପନ ମନ୍ଦିର
ବେଦନାରେ ହୃଦ ଘେରା ।

ଗୁମୁରି କାନ୍ଦୁଛି ପ୍ରିୟା
ପାଖେ ତାର ଠିଆ ଅବୋଧ ବାଳକ
ଖୋଜୁଛି କାହା ଆସରା
ଜୀବନର ମାନେ ବୁଝାଇବା ପାଇଁ
ଧଇର୍ଯ୍ୟର ମୁହଁ ଫେରା ।

ଗୁମୁରି କାନ୍ଦୁଛି ପ୍ରିୟା
ରକ୍ତ ଜୁଡୁ ବୁଡୁ ଛାତିରୁ ଖୋଜୁଛି
ସ୍ପନ୍ଦନର ସ୍ମୃତିଧାରା
ହେଲେ ସେ ନିଷ୍ପନ୍ଦୁକୁଏ ସପନେ
ପାଷାଣ ମର୍ମରେ ଘେରା ।

ଗୁମୁରି କାନ୍ଦୁଛି ପ୍ରିୟା
ଭୂସ୍ବର୍ଗରେ ଦେଖେ ତପ୍ତ ମରୁବାଲି
ଜୀବନ ତା ଅସଜଡା
ଏଇ କି ଜୀବନ ଭାବୁଛି ମନରେ
ଏଇ କିବା ଧର୍ମଧାରା ।

ଗୁମୁରି କାନ୍ଦୁଛି ପ୍ରିୟା
ବେଦନା ର ନିଆଁ ଦେଉଅଛି ଚିଆଁ
ପାଖରେ ସନ୍ତାନ ଠିଆ
ତା ଅକୁହା ପ୍ରଶ୍ନ ମନ ଆନମନା
କେମିତି ହୋଇବ ସାହା ।

ଗୁମୁରି କାନ୍ଦୁଛି ପ୍ରିୟା
ପ୍ରଶ୍ନ ବଳୟରେ ଛନ୍ଦି ହୋଇ ସିଏ
ବିଦାରଣ କରେ ହିଆ
ସୁଖ ସମ୍ଭାଷଣେ ଭିଜିବାକୁ ଆସି
ମନ ହେଲା ନିଛାଟିଆ ।

ଗୁମୁରି କାନ୍ଦୁଛି ପ୍ରିୟା
ମାନବିକତାର ଶବ ଜଳୁଅଛି
ଉଠୁଛି ପ୍ରଚଣ୍ଡ ଧୂଆଁ
ହିନ୍ଦୁ ନୁହେଁ ଖାଲି ହିନ୍ଦୁସ୍ତାନ ଆଜି
ବିପଦ ଗଡ଼ ରେ ଠିଆ |



Rate this content
Log in

Similar oriya poem from Tragedy