ନାଟକର ନାଁ ଏକେଲା ଏକେଲା
ନାଟକର ନାଁ ଏକେଲା ଏକେଲା


ସଜନୀ ଗୋ...
ସଜଳ ନୟନେ ନେସି ଦିଅ ନୀଳ
ଉଛୁର ହେଲାଣି ବେଳ ଗୋ l
ସଜନୀ ଗୋ...
ଦୃଶ୍ୟ ଅନ୍ତ କାଳ ଦର୍ଶକ ପ୍ରବଳ
କେଉଁ ରଙ୍ଗ ମାଖି ନାଚିବି ମଞ୍ଚରେ
ହେବ ଅଭିନୟ କି ସଫଳ ଗୋ???
ସଜନୀ ଗୋ !
ନାଟକର ନାଁ ଏକେଲା ଏକେଲା
ଶୂନ୍ୟ ଅଛି ଭଙ୍ଗା ଥାଳ
ମାଣଟାକୁ ଆଉ ଦେଖି ପାରିବୁନି ସରିଲାଣି ଚାଉଳ ଗୋ l
ସଜନୀ ଗୋ...
ଅଭିନୟ ଶେଷ ଲାଗିଲାଣି ଶୋଷ
ଦିଅ ଟୋପେ ଗଙ୍ଗା ଜଳ
ଯାତ୍ରା ଶେଷ ବୋଲି ହେବନି ନିରାଶ
ଅଛି ବଂଶେ ଅବିକଳ ନକଲ ଗୋ l