STORYMIRROR

GAGAN KUMAR DASH

Tragedy Inspirational Others

3  

GAGAN KUMAR DASH

Tragedy Inspirational Others

ଦାଦନ

ଦାଦନ

1 min
217


ଦାଦନ,

ଅଭିଧାନର ଏକ ଶଦ୍ଦ

ଯେଉଁଠି ବିଚ୍ଛେଦ ଅଛି

ପରିଶ୍ରମ ଅଛି

ମୋହ ର ତ୍ୟାଗ ଅଛି

କୋହ ବି ରହିଛି 

ପେଟପାଟଣା ଚିନ୍ତାରେ ।


ଦାଦନ,

ପେଟ ପୋଷିବା ପାଇଁ

ଭିନ୍ନ ଏକ ପଥ,

ଅସରନ୍ତି କୋହର ସ୍ବାଗତ

ଭୀଟାମାଟି ଛାଡିବାର ମୋହ

ଆତ୍ମିୟ ସ୍ବଜନଙ୍କୁ

ମନେ ପକାଇବାର ସମୟ

ରୋଜଗାର କରିବାର ଆଶା 

ସ୍ବରାଜ୍ୟରେ ପ୍ରଶାସନର

ବିଫଳ ଯୋଜନା

ହୁଗୁଳା ରାଜ୍ୟ ସରକାର 

ଆଜି ସେ ଦାଦନ

ପେଟପାଟଣା ଚିନ୍ତାରେ ।


ଦାଦନ,

ପରିବାରର ସ୍ନେହ କୁ

ପାଦରେ ଦଳି ମକଚି 

ଖରା ବର୍ଷା ଶୀତ

ସବୁକୁ ଏକ କରି

ଲୁହାର ଚଣା ଖାଇ

ପଥର ଭଲି ସହିଯାଏ

ପେଟପାଟଣା ଚିନ୍ତାରେ ।


ଦାଦନ,

ପୃଥିବୀ ଛାତିର ତାତି

ତାହାର ପାଦରେ

ଫୋଟକା / ରକ୍ତାକ୍ତ

ପାଦ ଆଉ ହାତ ।

ଚାଲିଥାଏ

ଅନବରତ କାମ

ମଣିଷର ଦୈନନ୍ଦିନ

ପେଟପାଟଣା ଚିନ୍ତାରେ ।


ଦାଦନ,

ସ୍ବାମୀ ଛାଡେ

ତାର ଷୋଡ଼ଶୀ ରୂପସୀ

ବାପା ଛାଡେ

ନବଜନ୍ମିତ ଅଳିଅଳ ଶିଶୁ

ପୁଅ ଛାଡେ

ତାର ବୃଦ୍ଧ ପିତାମାତା

ସମସ୍ତଙ୍କୁ ଭୁଲିବାକୁ ହେବ

ଦାଦନ ହେବା ପାଇଁ

ପେଟପାଟଣା ଚିନ୍ତାରେ।


ଦାଦନ,

ଭିନ୍ନ ରାଜ୍ୟ ଭିନ୍ନ ସହର

ଅପରିଚିତ ସ୍ବର

ମୂଲ ଖଟେ ଦିନରାତି

ମୁଣ୍ଡ ଝାଳ ତୁଣ୍ଡେ ମାରି

କାମ କରୁଛି ତ କରୁଛି

ଆହା କହିବାକୁ ନାହିଁ

ମାଲିକର ହୁକୁମ ଆଗରେ

ମୁଣ୍ଡକୁ ବିକିଛି

ଆଜି ସେ

ଦାଦନ ଖଟିବାକୁ

ବିଦେଶ ଆସିଛି

ପେଟପାଟଣା ଚିନ୍ତାରେ ।


ଦାଦନ,

ରୋଗରେ ଥରୁଛି

ଜରରେ ସଢୁଛି

ଆଖି ଲୁହ

ହାତର ପିଠିରେ ପୋଛି

ଆଜି ବି କାନ୍ଦୁଛି

ମାଲିକର କବଳରୁ

ପାଉଣା ପାଉନି

ବେଠି ଖଟି ଖଟି

ଶ୍ରମିକ ବାପୁଡ଼ା

ହାଡ଼ ଖଣ୍ଡିଏ ଶରୀରରେ

ଫେରି ପାରୁନି ଭିଟାମାଟିକୁ

ଦେଖିପାରୁନି ଆତ୍ମୀୟସ୍ବଜନ

ଝୁରି ହୁଏ ଏଠି

ପେଟପାଟଣା ଚିନ୍ତାରେ ।


ଦାଦନ,

ଅପରଗ ଶାସନ / ଶାସକ

ନିଷ୍କ୍ରିୟ ଶାସନ ବ୍ୟବସ୍ଥା

ବିଫଳ ଯୋଜନା

ଅପବ୍ୟୟ ଅନାୟସେ ଅର୍ଥ

ପ୍ରଶାସନିକ ବ୍ୟବସ୍ଥା ଭଣ୍ଡୁର

ହାକିମ ଓ ନେତା ମାଳାମାଳ

ପାଞ୍ଚ ବର୍ଷିଆ ନେତା

ସଞ୍ଚିଯାଏ ପାଞ୍ଚ ପୁରୁଷକୁ

ଦାଦନ ଆଜି ଗରିବ

ପେଟପାଟଣା ଚିନ୍ତାରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy