Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

GAGAN KUMAR DASH

Inspirational

3  

GAGAN KUMAR DASH

Inspirational

ମୋ ସହର

ମୋ ସହର

1 min
290



ମୋ ସହର

ଅନେକ ବର୍ଷର

ସଭିଏଁ ଚିହ୍ନନ୍ତି ମୋ ସହରକୁ

ମୋ ରାଜ୍ୟର ରାଜଧାନୀ

ଇତିହାସ ପୃଷ୍ଠାକୁ ମଣ୍ଡନ କରିଛି

ହଜାର ବର୍ଷରୁ

ବାର ମାଆର ତେର ପିଲାର ସହର

ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷର ସହର

ସରସ ସୁନ୍ଦର ଏ ସହର

ସ୍ବଚ୍ଛ ଭାରତର ସହର

ସଭିଙ୍କ ପାଟିରେ ଗୋଟିଏ ଚିତ୍କାର

ବଞ୍ଚାଅ ବଞ୍ଚାଅ ଭୁବନେଶ୍ୱର

ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିଆନ

ବୁଦ୍ଧ, ଜୈନ, ଶିଖ ସବୁ ଧର୍ମର ସହର

ଏଥିରେ ପୁଣି ଅନେକ ଶାଖା ଗୋଷ୍ଠୀ

ପ୍ରୋଟେଷ୍ଟାଣ୍ଡ, କେଥଲିକ, 

ତୀର୍ଥଙ୍କର, ଶିବାନନ୍ଦ, ଅରବିନ୍ଦ

ସାଇ, ଅନୁକୂଳ, ବ୍ରହ୍ମାନନ୍ଦ

କୃଷ୍ଣ, ନାନକ, ଚୈତନ୍ୟ ର ସହର

ମାନ ଅଭିମାନ ର ସହର ।


ସାନରୁ ବଡ ଯେତେ ସରକାରୀ 

ଅବା ବେସରକାରୀ

ସଭିଙ୍କ ପ୍ରିୟ ଏ ସହର

ଲାଞ୍ଚ ମିଛର ସହର

ଶିକ୍ଷା ଦୀକ୍ଷାର ଏ ସହର

ଶହେ ବଜାର ଦୁଇ ଶହ ଗଳିରେ

ବିଭକ୍ତର ଏ ନୂତନ ସହର

ଚାରିଆଡେ ନର୍ଦ୍ଦମାର ପାଣି

ଜରି ଅଳିଆର ଭରପୁର ସହର

ମଦ ମାଂସ ର ସହର

ଦେହଜୀବୀ ର ସହର

ଗୁଣ୍ଡା ଦାଦାଗିରି ର ସହର

ଧର୍ମଘଟ ଆନ୍ଦୋଳନ ର ସହର

କଳାବଜାରୀ, ଶୋଷଣ ର ସହର

ନେତା କୁଜି ନେତାଙ୍କ ସହର ।


ଅନବରତ ଧର୍ମଘଟର ସହର

କେତେବେଳେ ମଦ ପାଇଁ ତ

କେତେବେଳେ ମଦ ବନ୍ଦ ପାଇଁ

କେତେବେଳେ ସଂରକ୍ଷଣ ପାଇଁ

କେତେବେଳେ ସଂରକ୍ଷଣ ବିରୋଧରେ

କିରାଣୀ, ଗୋଦାମ ମାଲିକ, ଶିକ୍ଷକ

ଚିକିତ୍ସକ, ଓକିଲ, ରିକ୍ସାବାଲାର ଡାକ

ବିଜୁଳି, ମେହେନ୍ତର,

କ ଠାରୁ କ୍ଷ ଯାଏଁ ସମସ୍ତେ

କଣ୍ଠଫଟା ସ୍ଳୋଗାନ, ଧାରଣା, ଧର୍ମଘଟରେ

ଜଳିଉଠେ ଲେଲିହାନ ମଶାଳ

ପ୍ରଦୂଶିତ ଉତ୍ତପ୍ତ ସହର

ଭଡାଟିଆଙ୍କ ଭାତ ଡାଲମା ଭୋଜନ

ଫୁଟେ ମାଂସ ଟୋପେ ମଦର 

କୁଜି ନେତାଙ୍କ ଭିଡ଼

ହାଣ, ମାର, ଧର୍ଷଣ, ଶୋଷଣ

କଳାବଜାର, ଭେଜାଳର ସହର

ଲାଞ୍ଚ, ମିଛ, ଠକ, ଜାଳିଆତିର ସହର ।


ଅତ୍ୟାଧୁନିକର ପରିପାଟୀ

ଅର୍ଦ୍ଧ ନଗ୍ନ ର ସହର

ଚିରାଫଟା ପୋଷାକ ସହ

ଝିଲ୍ଳୀ ପତଳା ପରିଧାନ ର ସହର

ଠିଆ ଖିଆ, ପରକ୍ରିୟା ପ୍ରୀତିର ସହର ।


ସତରେ ବଦଳି ଯାଇଛି ଏ ସହର

ଲିଙ୍ଗରାଜ, ବୁଦ୍ଧ, ଯୀଶୁ, ଜୈନ

ସମସ୍ତେ ନିର୍ବିକାର ସ୍ତବ୍ଧ ଅଚଳ

ଆସ ବୁଲିଯିବା ଭୁବନେଶ୍ୱର ।


ସମାଜର ପରିବର୍ତ୍ତନ ପାଇଁ

ଗରିବଙ୍କ ସାହାସ ନାହିଁ, 

ମଧ୍ୟବିତ୍ତଙ୍କ ସମୟ ନାହିଁ, 

ନେତା ଓ ଧନୀମାନଙ୍କର 

ଆବଶ୍ୟକତା ନାହିଁ।



Rate this content
Log in

Similar oriya poem from Inspirational