ରବିବାର
ରବିବାର


ଆଜି ତ ରବିବାର,
ଶିଘ୍ର କାମକୁ ସାର ।
ମୁହଁ ହାତକୁ ଧୋଇ,
ପଢ଼ାରେ ବସ ଯାଇ ।
ଜଳଖିଆ କୁ ମାଆ,
ବାଢିଲେ ଠାଆ ଠାଆ ।
ଭଜା ଘାଣ୍ଟ ସହ ଡାଳମା,
ଡାକିଲେଣି ତ ବୁଢିମା ।
ଚଞ୍ଚଳ ଖାଇ ସାରି,
ବସିବା ବହି ଧରି ।
ଅଙ୍କକୁ ଦେଇ କଷି,
ପଢ଼ିବା ହସି ହସି ।
ସାହିତ୍ୟ ପାଠ ସାରି,
ବିଜ୍ଞାନକୁ ଦିଅ କରି ।
ପଢ଼ିବା ସାମାଜିକ,
ଇଂରାଜୀ ଭାଷା ଯାକ ।
ଚିତ୍ରାଙ୍କନ କୁ କରି,
ଦେବାରେ ପଢା ସାରି ।
ଆଜି ଛୁଟିର ଦିନ,
ପଢିବାକୁ ରଖ ମନ ।
ସୋନୁ କାହ୍ନା ପାଠ ପଢି,
ଫୁଲକୁ ଦେଲେ ଛାଡି ।
ଅଳସୁଆ ତ ସିଏ,
ପଛରେ ରହେ ଯିଏ ।
ଆଜିର କାମ ଏବେ,
ବାକି ରଖନ୍ତି କେବେ ।
କାଲି କାମକୁ ଆଜି,
ପଢ଼ାରେ ଯିବା ମଜ୍ଜି ।
ସାତ ଦିନରେ ଥରେ,
ଏହି ଦିନକୁ ଝୁରେ ।