ଅତୀତ ଜୀବନର
ଅତୀତ ଜୀବନର


ଅତୀତକୁ କାଖେଇ କୋଳେଇ
ବୋହିଯାଏ ଅବାରିତ ଅଶ୍ରୃ
ମୋ ଜୀବନର
ଉଛୁଳା ଯୌବନରେ
ଅମାନିଆ ମନର ଉଦବେଗ
ପ୍ରତୀକ୍ଷାର ନିଶା
ଆକାଶର କୟାଁ
ଆଉ ଚିଲିକାର ମାଛ ।
ଅତୀତଟା ବଡ ଭୟଙ୍କର
ତା'ର ବୁକୁ ପରେ
ହେନା ଗୋଲାପର ମହକ
କୋଇଲିର ଅଧୁରା ରାଗିଣୀ
ନିସ୍ତେଜ ମନର ସମାଧିରେ
ହଠାତ୍ ମେଘର
ପ୍ରଳୟଙ୍କରୀ ବନ୍ୟା
ଝଡ ସୃଷ୍ଟି କରେ
ଅନ୍ତରେ ବାହାରେ ।
ହୃଦୟର ଗାଙ୍ଗେୟ ଉପତ୍ୟକା
ସୃଷ୍ଟି କରେ ମରୁଭୂମି ବାଲି ଝଡ
ମତହସ୍ତୀ ଭଲି
ପାଗଳ ବ୍ୟାଘ୍ର ପରି
ନ ପାଇବାର
ଅଯଥା ପ୍ରୟାସ
ରଙ୍ଗ ହୀନ ଭଙ୍ଗାରୁଜା
କଣ୍ଢେଇକୁ ସଜାଡ଼ିବାର ପ୍ରଚେଷ୍ଟା
ଏ ତ ତୁମର ମୋର
ଅତୀତ ଜୀବନର
ଚିରା ଫଟା ଇତିହାସ ପୃଷ୍ଠା ।