STORYMIRROR

Amita Rath

Tragedy

3  

Amita Rath

Tragedy

ଅସୁରକ୍ଷିତ ପରୀ

ଅସୁରକ୍ଷିତ ପରୀ

1 min
196

ପିତା ମାତାଙ୍କ ସପନ ରାଇଜରୁ

ପରୀଟିଏ ଓହ୍ଲାଇ ଆସେ ଦାଣ୍ଡ ଅଗଣାକୁ,  

ନିଜର ଦରୋଟିରେ ଆପ୍ୟାୟିତ କରେ ପ୍ରିୟ ପରିଜନଙ୍କୁ।

ସମୟର ପ୍ରବାହରେ

ମୁହୂର୍ତ୍ତ ପରେ ମୁହୂର୍ତ୍ତ ବିତାଇ ଚାଲେ

ସାର୍ଥକ କରେ ତା'ର ଦୁହିତା ନାମକୁ।

ଛାୟା, ଜନନୀ, ଭଗ୍ନୀ,ସେବିକା, ପ୍ରେମିକା ,ପ୍ରଣୟିନୀ ହୋଇ

ସମାଜର ପ୍ରତିଟି ବର୍ଗଙ୍କ ପାଖରେ

ନିଜକୁ କରେ ସମର୍ପିତ ।

କିନ୍ତୁ ଏକଥା ସମସ୍ତେ ଭୁଲି ଯାଆନ୍ତି ଯେ

ନିଷ୍ପାପ କଳିକାଟି ଭୃଣାବସ୍ଥାରୁ ହିଁ ଶତ୍ରୁ ବିଜଡ଼ିତ !

ସର୍ବଦା ଓ ସର୍ବଥା ଅସୁରକ୍ଷିତ !

କାମନାନ୍ଧ , ନାରୀ ମାଂସ ଲୋଲୁପୀ ଗୃଧ୍ର ମାନଙ୍କ କବଳରୁ

କିଏ ବା ଦେବ ଫୁଟନ୍ତା ଫୁଲଟିକୁ ନିରାପତ୍ତା ?

ତାକୁ ସୁରକ୍ଷିତ ରଖିବାର ଦାୟିତ୍ଵ ବା କାହାର?

ସେ ଶକ୍ତି ଓ ସାହସ ଯଦି ସମାଜର ନାହିଁ

ତେବେ ତା'ର ସେବା ଓ ସମର୍ପଣକୁ ସେ

ଉପଭୋଗ କରୁଛି କେଉଁ ଅଧିକାରରେ ?

ଆଜନ୍ମ ରୁ ଆମରଣ .... ଜନ୍ମରୁ ଜନ୍ମାନ୍ତର ଯାଏ 

ଏମିତି କ'ଣ ସେ ହୋଇଚାଲିଥିବ ଅତ୍ୟାଚାରିତା ?

ଏ ସମସ୍ୟା ରହିଯିବ କି ଏପରି ପ୍ରଶ୍ନବାଚୀ ହୋଇ ସବୁ ଦିନ ପାଇଁ ?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy