ସମୟ ର ନିଃଶବ୍ଦ ପଦପାତ
ସମୟ ର ନିଃଶବ୍ଦ ପଦପାତ
1 min
186
ଫୁଲ ଫୁଟା ଫଗୁଣର ଉଚ୍ଚାଟିତ ମନ,
ଜହ୍ନ ରାତି ଓ ତାରା ଭର୍ତ୍ତି ଆକାଶର ସ୍ୱପ୍ନ,
ଫଳନ୍ତି ଗଛକୁ ଚାହିଁ
କୁରୁଳି ଉଠୁଥିବା ସବୁଜପଣ,
ସବୁ ତ ଅଛି ସେମିତି !
ତେବେ କାଲି ପରି ଲାଗୁଥିବା ବୟସଟା
ଏତେ ଶୀଘ୍ର ଆଗକୁ ବଢ଼ିଗଲା କେମିତି ?
କଅଁଳିଆ ଦରୋଟି ପରିବର୍ତ୍ତେ
ପିଲାଙ୍କ ମୁହଁରେ ଯୁକ୍ତିର ପ୍ରଖରତା ଓ
ବାପ ପୁଅଙ୍କ ପାଦରେ ଜୋତାର ସମାନ ମାପ
ଶରୀରରେ ମୋର ବୋଳିଦିଏ ଅପରାହ୍ନର ଛାପ।
ଧିମେଇ ଯାଇଥିବା ମନ ଘୋଡ଼ା
ବୟସର ବୋଲ ମାନିବାକୁ ଅନିଚ୍ଛୁକ,
କିନ୍ତୁ,ସମୟର ନିଃଶବ୍ଦ ଚାବୁକ ପ୍ରହାରରେ
ଆଗକୁ ବଢ଼ିବା ପାଇଁ ବାଧ୍ୟ....... ।