ଏକାନ୍ତ ଅନ୍ତରଙ୍ଗ
ଏକାନ୍ତ ଅନ୍ତରଙ୍ଗ
1 min
108
ଅୟୁତ ଯୁଗର ସାଇତା ବେଦନା ମାନେ,
କଡ଼ ଲେଉଟାନ୍ତି ଯେବେ
ଛାତି ଭିତରେ,
ଝପଟି ଆସେ ନିଃସଙ୍ଗ ଆତ୍ମା ମୋର।
ପାହାନ୍ତି ଆକାଶ ର ଏକଲା ତାରା ଭଳି
ଘୋଡ଼େଇ ଦିଏ ଚଦର ଟିଏ
ଖୁବ୍ ସତର୍କରେ।
ଦୁଃଖ ସବୁ ଶୋଇଛନ୍ତି ଗହନ ନିଦରେ,
କାଳେ ନିଦ ଭାଙ୍ଗିଯିବ !
ଏମାନେ ଇତ ଏକାନ୍ତ ଅନ୍ତରଙ୍ଗ,
ସୁଖ ସବୁ ଦୁଇଦିନିଆଁ
ବେଳ ଦେଖି ଉଡ଼ି ଯାଆନ୍ତି
ଶୁଆଶାରୀ ପଂଜୁରୀରୁ ଉଡ଼ିଯିବା ପରି.......।
