STORYMIRROR

Amita Rath

Romance

3  

Amita Rath

Romance

ଋତୁ ର ନାଁ ଅନାମିକା

ଋତୁ ର ନାଁ ଅନାମିକା

1 min
264

ଜାଣିଛକି , କେବେ ଆସେ

କେବେ ଯାଏ ଅଜଣା ଏ ଋତୁ ?

ଆଖିର ଆକାଶ ଦିଶେ 

ନୀଳ ଆଉ ନୀଳ, 

ନଈ ଗାଏ କୁଳୁ କୁଳୁ ଗୀତ

ରହି ରହି ଶୁଭୁଥାଏ କା ବଇଁଶୀସ୍ୱନ 

ରୋମାଞ୍ଚରେ ସହସ୍ର କଦମ୍ବ,

ମନ ଉପବନେ ଚରେ ମୁଠା ମୁଠା ବାସ୍ନା !

କୋଇଲି ତ ମେଲିଥାଏ ସୁର

ନାଚି ନାଚି ମୟୂରୀ ବି ଛୁଟାଏ ମହ୍ଲାର।

ପୃଥିବୀ ହୁଏ ବାସ୍ନାବତୀ,

ସବୁ କିଛି ଭଲଲାଗେ, କେବେ ପୁଣି ସୁହାଏନା କିଛି।

ବର୍ଷା ଯେବେ ଅଗଣାରେ ନାଚେ

ଓଦା ଓଦା କଣ୍ଠ ଲାଗେ, ଭିଜା ଭିଜା ସୁର,

ବେଳେ ବେଳେ କା ସ୍ମୃତି ବିହ୍ଵଳିତ କରେ,

ପବନେ ପବନେ ଖାଲି ସୁଖର ଇସାରା

ମିଳନର ମଧୁ ସାହାନାଇ.......।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance