ତ୍ରିଶଙ୍କୁ ମଣିଷ
ତ୍ରିଶଙ୍କୁ ମଣିଷ
1 min
163
ନିଶୂନ୍ ଦ୍ୱିପ୍ରହର ରେ
ଫାଙ୍କା ଆକାଶକୁ ଚାହିଁଦେଲେ
ଉଙ୍କିମାରେ ଶୂନ୍ୟତା।
ଯନ୍ତ୍ରଣାରେ ବିଦାରି ହୋଇ ଯାଏ
ଅବଶିଷ୍ଟ ଆୟୁଷର ଖଣ୍ଡିତାଂଶ।
ପଛରେ ବହଳସ୍ମୃତିର ଆସ୍ତରଣ
ଆଗକୁ ବଉଳଭର୍ତ୍ତି ଆମ୍ବଗଛ ପରି
ସ୍ୱପ୍ନମୟ ଜୀବନ,
ଅତୀତ ଓ ଭବିଷ୍ୟତ ମଝିରେ
ତ୍ରିଶଙ୍କୁ ବର୍ତ୍ତମାନ !
ନା ଛୁଇଁ ପାରୁଛି ଆକାଶକୁ
ନା ବଞ୍ଚି ପାରୁଛି ମାଟିରେ,
ଜୀବନ ତା'ର ଦୋଳାୟମାନ
ଏକ ସନ୍ଦିଗ୍ଧ ପ୍ରତୀକ୍ଷାରେ !
ସତରେ କ'ଣ
ସ୍ମୃତିର ଫଗୁଣ ଆସି ରଙ୍ଗ ବୋଳିବ
ସ୍ୱପ୍ନର ବଉଳ ଦେହରେ ?
ମାଟିର ମହକରେ ଉବୁଟୁବୁ ମଣିଷ
ସତରେ କ'ଣ
ପବନ ପହଁରିବ ଆକାଶର ନୀଳିମାରେ ??