ନାରୀ
ନାରୀ
ନାରୀ !
ସଜଳ ସକାଳ ର କାକର ଟୋପାଟିଏ,
ଅସୀମ ଆକାଶକୁ ଯିଏ ବାନ୍ଧି ରଖିପାରେ
ନିଜ ସୀମିତ ପରିଧି ରେ।
ନାରୀ !
ସଜଫୁଟା ଫୁଲର ପାଖୁଡ଼ା ଟିଏ,
ପାଖୁଡ଼ାଏ ସୁରଭି ରେ ମହକାଇ ପାରେଯିଏ
ଚତୁଃପାର୍ଶ୍ଵର ପ୍ରୃଥିବୀ କୁ।
ନାରୀ !
ଶ୍ୟାମଳା ଶସ୍ୟ କ୍ଷେତ୍ରଟିଏ,
ନିଜକୁ ଚିପୁଡ଼ି ଚିପୁଡ଼ି ଯିଏ ଆହାର ଦିଏ
ଅନ୍ୟ ର ମୁହଁ ରେ ।
ନାରୀ !
ପୂର୍ଣ୍ଣିମା ଆକାଶ ରେ ଜହ୍ନ ଟିଏ,
ଆଲୁଅ ଦିଏ ,ଆହ୍ଲାଦ ଦିଏ
କିଛି ବି ନ ଚାହିଁ
ସଭିଙ୍କ ସୁଖ ଓ ଦୁଃଖ ର ମୂକ ସାକ୍ଷୀ ହୁଏ ।
ନାରୀ !
ଅଗ୍ନି ଉଦ୍ଗାରୁଥିବା ଜ୍ୱାଳାମୁଖୀ ଟିଏ
ନାରୀତ୍ୱ ର ଅବମାନନା ରେ
ଫୁଟନ୍ତା ଲାଭା ହୋଇ
ଜାଳି ଦେଇପାରେ
ସାରାଟା ସଂସାର କୁ ।
ନାରୀ !
ଝଙ୍କା ବରଗଛର ପତ୍ର ଟିଏ,
ଶାଖା ମେଲି ଗଜୁରି ଉଠେ,
ଗଛକୁ ରୂପ ଦିଏ , ପଥିକ କୁ ଛାଇ ଦିଏ
କ୍ରମେ ଶୁଖିଯାଏ ,ଝରିଯାଏ
ଉଡ଼ିଯାଏ କୋଉ ଦୂର ଦୂରଦୂରାନ୍ତକୁ ମଶାଣି ଭୂମି କୁ!