STORYMIRROR

Amita Rath

Classics

3  

Amita Rath

Classics

ବହୁରୂପୀ

ବହୁରୂପୀ

1 min
196

କିଏ କହେ 

ସମୟଟା ବହିଯାଏ ସୁଅପରି , ଆଖିର ପଲକରେ ??

ସମୟତ ଅମାନିଆ ଆଖି ଲୁହ ପରି

ବହୁଥାଏ ଧୀରେ ଧୀରେ ଖୁବ୍ ।

କେବେ କେବେ ଲୁଣି ଲାଗେ

ସରେନାଇଁ, 

ବେଳେ ବେଳେ ଭାରି ମିଠା

ସରିଯାଏ ଖାଇ ଦେଲେ

ଚକୋଲେଟ ପରି ଚୋବାଇ ଚୋବାଇ।

ସମୟ ବି କେବେ ହୁଏ

ଶାନ୍ତି ର କପୋତ,

ଉଡ଼ି ଆସେ ପ୍ରଥମ ପ୍ରଣୟ ହୋଇ,

ଇଗଲ ବି ସାଜେ କେବେ

ଚାଲିଯାଏ, ମୁନିଆଁ ଚଞ୍ଚୁରେ

ସବୁ ତକ ନୀଳ ନୀଳ ଆଶା ଓ ସ୍ୱପ୍ନଙ୍କୁ ଝାଂପି ନେଇ.......।


Rate this content
Log in

Similar oriya poem from Classics