STORYMIRROR

Amita Rath

Tragedy

3  

Amita Rath

Tragedy

ସମାଧାନ କାହିଁ

ସମାଧାନ କାହିଁ

1 min
242

ନିଆଁ.... ନିଆଁ.... ନିଆଁ !

ପଳାଶ ଫୁଲ ର ନିଆଁ,

ମୁଣ୍ଡିଆ ପାହାଡ଼ ଉପରେ 

ଧୂଆଁଳିଆ ମେଘ ଉହାଡ଼ରେ

ଲୁଚିଯାଏ ସୂର୍ଯ୍ୟ,

ତଳେ ଖାଲି ନିଆଁ ଆଉ ନିଆଁ।

ଜଙ୍ଗଲି ନଈରେ 

ବଢ଼ିପାଣିର ଆଦିମ ସ୍ରୋତ,

ଭସେଇନିଏ,କୁଳବଧୂର

ଲଜ୍ଜା ଓ ସଂଯମତା ସହ

ଶସ୍ୟଶ୍ୟାମଳା କ୍ଷେତର ଭଣ୍ଡାର।

ହଜିଯାଏ କେତେ

ଅବଗୁଣ୍ଠନ ତଳର ଲାଜ ଲାଜ ହସ

ଲୁଚି ଯାଏ, ଚଉରାମୂଳର ସଂଜ ବଳିତା ରେ

ଉଜ୍ଜ୍ୱଳି ଉଠୁଥିବା କେତେ ନିଷ୍ପାପ ମୁହଁ।

ପାପରେ ଭାରାକ୍ରାନ୍ତ ଅସହାୟା ପୃଥିବୀ

ସଂପର୍କର ଲକ୍ଷ୍ମଣ ରେଖା ତଳେ

ଖୋଜିଚାଲେ କେବଳ ସମାଧାନ.......।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy