STORYMIRROR

Amita Rath

Classics

3  

Amita Rath

Classics

ପୂର୍ଣ୍ଣ କର ମୋର ଶୂନ୍ୟ ଆଞ୍ଜୁଳିକୁ

ପୂର୍ଣ୍ଣ କର ମୋର ଶୂନ୍ୟ ଆଞ୍ଜୁଳିକୁ

1 min
189

କାହାର ଏ ଅଜଣା ଇଙ୍ଗିତ ?

କାହିଁକି ହାତ ଗୋଡ ଛନ୍ଦି ହୋଇ ଯାଏ,

ହୃଦୟ ବି ବାନ୍ଧି ହୋଇ ଯାଏ ,

ସୁଦୂରର କେଉଁ ଏକ

ଅନିଶ୍ଚିତ ପ୍ରତିଶ୍ରୁତିର ମୋହରେ ?

କ'ଣ ପାଇଁ ତୁମ ବିଚାରକୁ ଅବିଚାର ବୋଲି ନ ଭାବି

ମହାପ୍ରସାଦ ପରି ମୁଣ୍ଡରେ ଛୁଆଁଇ ,

ନିର୍ବିବାଦରେ ସନ୍ତୁଷ୍ଟ ହୋଇ ଯାଏ ମୁଁ

ସେତିକିକୁ ହିଁ ନିଜର ପ୍ରାପ୍ୟ ମଣି ?

କେଉଁ ବିରାଟ ଫଳ ପ୍ରାପ୍ତି ପାଇଁ

ଇଏ କ'ଣ ଏକ

ଅବଲମ୍ବନ କି ?

ଯଦି ହଁ ,

 ତେବେ ଯେତେ ପାରୁଛୁ ଦୁଃଖ ଦିଅ 

ହାତ ପ୍ରସାରି ଗ୍ରହଣ କରି ନେଉଛି ମୁଁ,

ପ୍ରତି ବଦଳରେ କିନ୍ତୁ

ଚରିତାର୍ଥ କର,

ମୋର ସର୍ବୋତ୍ତମ ଇଚ୍ଛାର ସାରାଂଶକୁ,

ତଥାସ୍ତୁ ମୁଦ୍ରାରେ ପରିପୂର୍ଣ୍ଣ କର

ମୋର ଶୂନ୍ୟ ଆଞ୍ଜୁଳିକୁ ........।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics