STORYMIRROR

Surjyakanta Dash

Romance Tragedy Others

3  

Surjyakanta Dash

Romance Tragedy Others

ନୀରବ ଝଡ଼

ନୀରବ ଝଡ଼

1 min
219


ଝଡ଼ ପରି ଆସି ନିରବି ଗଲା ପରେ

ତୁମେ ଆସିଥିଲ ମୋ ଜୀବନରେ

ଝଡ଼ ପରି କାଲିପରି ଲାଗେ ମୋତେ

ସେହିଦିନ ଅଭୁଲା ସନ୍ଧ୍ୟା ମୁହୂର୍ତ୍ତରେ ।।

ତୁମ ସହିତ କିଛି ଦିନ ସମ୍ପର୍କରରେ

ତୁମେ ଆଣିଥିଲ ମୋ ପାଇଁ ସଞ୍ଜିବନୀ

ପ୍ରେତାୟିତ ଅନ୍ଧରାତି ଅମୁହାଁ ଦେଉଳେ

ସାଥି ମୋର ସାଥିକରି କହିଥିଲା ଭୂଲିବନି ।।

ଉଆଁସି କନ୍ୟା ଟିଏ ବୋଲି ମୋ ଭାଗ୍ୟରେ

କେହି ବନ୍ଧୁ ନ ଥିଲେ ମୋର ଜୀବନରେ

ଦିପାୟନ୍ କରି ଗଢ଼ିଥିଲ ମୋ ସଂସାର

ମଥା ପିଟି ତୁମେ ମୋ ବେଦିର ମୂଳେ ।।

ସାର୍ଥକ କରିଦେଲ ମୋର ଏକାସଙ୍ଗି ଜୀବନ

ମୋ କୋଳେ ଦେଇ କୁଳ ଦୀପର ଦିପାଳୀ

ସଂକ୍ଷିପ୍ତ ଜୀବନେ ମୋର ବୁଣିଦେଇ ଫୁଲ

ହାତକାଟି କରିଦେଲ ମୋ ଜୀବନ ଗୋଲାପି ଗୋଲାପି।।

ତୁମେ ଥିଲ ବୀର ସନ୍ତାନ ଭାରତ ମାଟିର

ଶତୃସଂହାର କଲ ନିଜକୁ ବଳିଦାନ ଦେଇ

ମୋ ଠାରୁ ଛଡ଼ାଇନେଇ ଶଙ୍ଖା ସିନ୍ଦୁର କୁ

ତୁମେ ସହିଦ ହେଲ ମୋ ସଂସାର ଭସାଇ ।।

ଝଡ଼ ଆସି ନିରବି ଗଲା ପରେ ଯେପରି

ନିସ୍ତବ୍ଧ ଆକାଶ ଟା ଖାଁ ଖାଁ ଲାଗେରେ

ମୋ ଜୀବନ କୁ ଖଣ୍ଡ ଖଣ୍ଡ କରି ଗଲା

ତୁହାକୁ ତୁହା ଗୁଳି ବାରୁଦ ବର୍ଷଣରେ ।।

ଝଡ଼ ପରି ଆସିଥିଲ ମୋ ଜୀବନକୁ ପୂର୍ଣକରି

ଝଡ଼ ପରି ଚାଲିଗଲ ମୋତେ ତୁମଠାରୁ ଫାଙ୍କାକରି

ଝଡ଼ ନୀରବି ଗଲା ପରେ ମୋ ଜୀବନ ଅସହ୍ୟ

ତୁମ ବିନା ବଞ୍ଚିବା ଅସମ୍ଭବ ଏବେ ବଞ୍ଚିବି କିପରି ।।

ଝଡ଼ ଠାରୁ ମେଘର ପ୍ରତାପ ଏବେ ପୁଣି ପ୍ରବଳ

ତୁମେ ସିନା ଚାଲିଗଲ ନେଲ ନାହିଁ ମୋ ଜୀବନ

ପଥ ଲାଗେ ମୋତେ ପଥର ସଦୃଶ ହାତ ତୁମ ନାହିଁ

ମୃତହିନ ପ୍ରାଣ ବଞ୍ଚିଛି ଏଠି ଶରୀର ବିନା କଙ୍କାଳ ।। 

  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance