STORYMIRROR

Diptipriyadarshini Behera

Romance

4  

Diptipriyadarshini Behera

Romance

ଆମ ପ୍ରେମ

ଆମ ପ୍ରେମ

1 min
264

ସେସବୁ ଦିନ ମନେ ଅଛି ତୁମର !

ତୁମେ ଗାଁ ବୁଲି ଆସି,

କେମିତି ଅଜାଣତରେ ମୋ ସହ ଭେଟ

ତା'ପରେ କେମିତି ପ୍ରଥମ ଦେଖାରୁ

ହଜିଯାଇଥିଲା ଦୁଇ ମନ ଗୋଟିଏ ପ୍ରେମରେ ...


ଗଛ କୋରଡରେ ଚିଠି ଦିଆନିଆ 

ଅଝଟ ଦୁଇମନର ଲୁଚାଛପା ଦେଖା ସାକ୍ଷାତ୍

ତା 'ପରେ ଅବୁଝା ଦୁଇ ହୃଦୟର

ନଦୀ କୂଳ ଗାଁ ମନ୍ଦିର ରେ ପ୍ରେମ ଆଳାପ ।।


ସେସବୁ ଦିନରେ ଗଳ୍ପ, ଉପନ୍ୟାସରେ

ଯେତେବି ପ୍ରେମ ପଢ଼ିଛି

ତା'ଠାରୁ ଅଧିକ ସୁନ୍ଦର

ମୋତେ ମୋ ପ୍ରେମ କାହାଣୀ ଲାଗୁଥିଲା....


ତୁମେ ମୋ ହାତରେ ହାତ ଛନ୍ଦି

କହିଥିଲ ତୁମେ ଭୟ କରନି

ମୁଁ ଆଜିଠୁ ହେଲି ତୁମର...

ମୁଁ ମଧ୍ୟ କହିଥିଲି

ମୁଁ ଆଉ ମୋର ବାକିତକ ଜୀବନ

ଏସବୁ ଆଜିଠୁ ତୁମର ନିଜର ସମ୍ପତ୍ତି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance