ସ୍ବାଧୀନତା କିଏ ହୋଇଛି ?
ସ୍ବାଧୀନତା କିଏ ହୋଇଛି ?
ସ୍ୱାଧୀନ କିଏ ହୋଇଛି ?
ନିଜକୁ ଥରେ ପଚାରନ୍ତୁ
ଯାହା ଉତ୍ତର ପାଇବେ
ତାହା ହିଁ ମୁଁ କହିବାକୁ ଚାହୁଁଛି ।
ସତରେ ସ୍ୱାଧୀନତା କେତେ
ବର୍ଷ ବିତିଗଲାଣି ତଥାପି
ଆମେ ନିଜକୁ ପରାଧୀନ
ଭାବେ ପାଇଛୁ ।
ନାମକୁ ମାତ୍ର ଆଜି ଭାରତ
ଶୀର୍ଷ ସ୍ଥାନକୁ ଛୁଇଁବାକୁ ଯାଉଛି
କିନ୍ତୁ ନୈତିକତା ଓ ମାନବିକତା
ବିକ୍ରି କରି ଚାଲିଛୁ ।
ଭୋଟ୍ ଠାରୁ ଚାକିରି ଯାଏଁ
ସବୁଠି ବଢୁଛି ଭ୍ରଷ୍ଟାଚାର
ତା ପାଇଁ ମୁଁ ସେମାନଙ୍କୁ
ଦୋଷ ଦେଉ ନାହିଁ ।
ନାରା ଲଗାଉଥିବା ସଭ୍ୟ ସମାଜକୁ
ମୋର ଗୋଟିଏ ପ୍ରଶ୍ନ କ'ଣ ପାଇଁ
ଏବଂ କେତେ ଦିନ ଆଉ
ଏମିତି ହେଉଥିବ ?
ଆପଣ ମାନେ କେତେ ଦିନ ଚୁପଚାପ
ସବୁ ଶୁଣି ନ ଶୁଣିବା ଭଳି ରହିବେ ?
ଛୋଟ ଛୁଆ ରୁ ନିର୍ଭୟା ଯାଏଁ
କେତେ କେତେ ଧର୍ଷଣ
ଅତ୍ୟାଚାର ପୀଡ଼ିତା ଆଜି ବି
ନ୍ୟାୟ ପାଇଁ ଭିକ୍ଷା ମାଗୁଛନ୍ତି।
କେବେ ଶୁଣିବ ସେ ସରକାର ?
ଯଦି ନ୍ୟାୟ ହିଁ ଅନ୍ୟାୟ କୁ
ପ୍ରଶୟ ଦେବ ତେବେ,
ସେ ନ୍ୟାୟ ପାଳିକାର ଅର୍ଥ କଣ ?
ବ୍ରିଟିଶ ମାନଙ୍କଠୁ ସ୍ୱାଧୀନ ହୋଇ
ନିଜ ଲୋକଙ୍କର ଏବେ
ଆମେ ଗୋଲାମ ହୋଇଛି
ତା ଠୁ ଲଜ୍ୟା ର କଥା କ'ଣ ହେଇପାରେ ?
