STORYMIRROR

Pratap Chandra Mishra

Tragedy

3  

Pratap Chandra Mishra

Tragedy

ଶେଷ ଚିଠି

ଶେଷ ଚିଠି

1 min
211


ସ୍ତବ୍ଧ ହେବନି କହୁଛି ପ୍ରିୟା 

ଏଇ ଚିଠି ମୋର ପଢ଼ି,

ସଂଜ ସଳିତା ସେମିତି ଜାଳିବ 

ରଖି ମନ କୁ ଅନ୍ତ ରେ ଭିଡି ,

ମନ ମାନୁ ନାହିଁ ଏମିତି କେମିତିି ସହଜେ ଦୂରେଇ ଦେଲ,

ପ୍ରତାରଣା ବୋଧେ ଏହାକୁ କୁହନ୍ତି ଆଜି ଜଣେଇ ଦେଲ ।


ପେନ୍ଥା ପେନ୍ଥା ହୋଇ ପୁରୁଣା ସ୍ମୃତି ଯାଉ ନାହିଁ ତିଳେ ମନୁ,

ହୃଦୟ ର ପ୍ରତି ଟି ସ୍ପନ୍ଦନ

 ଜୀବନ କରାଏ ସ୍ଥାଣୁ,

ଜହ୍ନ ରାଇଜୁ ଶୀତଳ ଜ୍ୟୋତ୍ସ୍ନା ଆଲିଙ୍ଗନ ତୁମ 

ବାରମ୍ବାର ଚେତାଇ ଦିଏ,

ଗାଆଁ ଠାକୁରାଣୀ ସାକ୍ଷୀ  

ଦିପଟ ଶଙ୍ଖା ସିନ୍ଦୂର ଟୋପାଏ ଦେଇଥିଲି ହାଏ।


ଶୀତ ତାପ ଘର ମଖମଲ୍ଲ ଶେଯ ଅକ୍ଲେସ ରେ ଆଦରି ଗଲ,

 ଚାଳ ଛପର ନିଧନ ହୃଦ କନ୍ଦର ରେ ଶୁଖିଲା ପ୍ରେମ ରୁ ପାଇବ କି କୁହ କିଛି ମୂଲ?

ଉତ୍ତମ ଜୀବନ ସାଥୀ ଆପଣେଇ 

ଧନ ପ୍ରାଚୂର୍ଯ୍ୟ ଅଗଣା ମିଳିଲା ପ୍ରେମ ନିର୍ଝରଣୀ ନିଗାଡି ସେଠି,

ଦୁଃଖ ନାହିଁ ଦୁଃଖ ନାହିଁ

ଶବ ହେବା ଆଗରୁ

ଯୁଇ ଯୋଗାଡ଼ିଛି 

ପଛେ ଖୋଜିବ ନାହିଁ 

ଆଉ କେଉଁଠି।


ଶୁଭ ଅଗଣା ରେ ଖୁସିରେ ରହିବ

ଶୁଭ ବାରତା ଦେଉଛି ହୃଦୟୁ କାଢି,

ପ୍ରାଣ ଛାଡ଼ିବା କୁ ପ୍ରୟାସ କରୁଛି,

ଥରେ ତୁମ ପରସ୍ତ ପରସ୍ତ 

ଚିଠି ସବୁ କୁ ପଢ଼ି,

ହାତେ ବିଷ ର ଖୋରାକ ବାଢ଼ି,

ଉଦରସ୍ଥ ତାକୁ କରିବା ପୂର୍ବ ରୁ

ଲେଖି ଯାଉଅଛି ଶେଷ ବାରତା

 ଶିରା ପ୍ରଶିରା ମୁନରେ  

ପ୍ରେମ ଲହୁ 

ଶିରା ଅଜାଡ଼ି।


ବିଷର୍ଣ୍ଣ ନ ହୋଇ ଖୁସି ରେ ରହିବ,

ପ୍ରେମ ସ୍ମୃତି ବାଟ ଭୁଲି ଅଯୋଗ୍ୟ କୁ ଜିବନୁ ଫେଡୀ,

ସ୍ତବ୍ଧ ହେବନି ରାଣ ଦେଇ

କହୁ ଅଛି ପ୍ରିୟା ଏଇ ଶେଷ ଚିଠି କୁ ପଢ଼ି

 ଏଇ ଶେଷ ଚିଠି କୁ ପଢ଼ି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy