STORYMIRROR

Pratap Chandra Mishra

Fantasy

3  

Pratap Chandra Mishra

Fantasy

ରଜ ମଉଜ

ରଜ ମଉଜ

1 min
148


ଆସଲୋ ବଉଳ ଆସ ସଙ୍ଗାତ

କାହିଁ ଗଲା ମିତ ହଜି

ପହିଲି କିରଣ ଧରା କୁ ଆସିଲା

ପାଳିବା ରଜ ହସି ମଜ୍ଜି।


କୁମାରୀ ମନ କୁ ଦହନ କରି

ପାନ ପିଠା ରଜ ଦୋଳି

ନୂତନ ପୋଷାକ ଲକ୍ଷେ ଶୃଙ୍ଗାର

ନୂଆଁ ନୂଆଁ ସାଙ୍ଗ ଯିବେ ମିଳି।


ବଣ ମଲ୍ଲି ଫୁଲ ଗଭାରେ ସଜାଇ

ପୂଲ୍ଲକିତ କୁଆଁରୀ ମନ

ହୃଦୟ ଭିତରେ ଖୋଜି ବୁଲୁଥାଏ

ପ୍ରେମ ରାଇଜର ପଦମ ବନ।


ସବୁଜିମା ରେ ପୂର୍ଣ୍ଣ ଧରଣୀ ରାଣୀ

ଚାଷୀ ମନ କୁ ନେଉଛି ଟାଣି

ଟଙ୍କିକିଆ ଚାଉଳ ପ୍ରୀତି ଦୋଷ ରୁ

ମାଟି ମା ଆଖିରୁ ସୁଖୁନି ପାଣି।


 ରହିଛି ରହିବ ଏ ରାଜ ରାଣୀ

ଜିଇଁବା ଆଜିର ସମୟ 

ରାଗ ଋଷା ସବୁ ମନୁ ହେଜିବା

ପାଇବା ଜୀବନେ ବିଜୟ।


ଭାଇଚାରା ପର୍ବ ରଜ ଉତ୍ସବ

 ବରଷକେ ଥରେ ଆସଛି

ଜାତି ଗୌରବ ପ୍ରେମ କୋଣାର୍କ

ସବୁ ଓଡ଼ିଆ ମନରେ ସିଞ୍ଚୁଛି।


,


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy