STORYMIRROR

Panchanan Jena

Fantasy

4  

Panchanan Jena

Fantasy

ଲଗାମ ଛଡ଼ା ତୁଣ୍ଡ

ଲଗାମ ଛଡ଼ା ତୁଣ୍ଡ

1 min
29


ବିନା କାରଣରେ

କେହି ଅସମ୍ମାନ କରୁଛି

ଉପରେ ପଡି ଅପ୍ରତ୍ୟକ୍ଷ ଭାବେ 

ଗାଳି ଦେଉଛି

ସମୟ ସୁବିଧା ଦେଖି

ତୀର ମାରି ଦେଉଛି

କ୍ଷତାକ୍ତ ରକ୍ତ।କ୍ତ କରୁଛି

ପୁଣି ପଇଁତରା ମାରି

ପବନ କରୁଛି

ହେଁ ହେଁ ଫେଁ ଫେଁ ହେଉଛି

ପର୍ବରେ ଗର୍ବରେ ଫାଟି ପଡୁଛି


ଯେତେ ଚୁପ୍ ରହିବାକୁ ଚାହିଁଲେ ବି 

ମନ ତଳେ ଅନେକ ପ୍ରଶ୍ନ

ଯେତେ ସଂଯମ କଲେ ବି 

ଧୌର୍ଯ୍ୟ ଧାରଣ ଚାରଣ କରିଲେ ବି

ଆତ୍ମାର ଅଳିନ୍ଦରେ ଶତ ଶହସ୍ର ପ୍ରଶ୍ନଚିହ୍ନ


କି'ଏ ଉତ୍ତର ଦେବ

ନିରୁତ୍ତର ରହି ହେବ କି ?

ଆବାଜ୍‌ ଶୁଭିବିନି ସିନା

ଶବ୍ଦ ଶୁଣାଯିବିନି ମନା


ମାତ୍ର କୁହନ୍ତୁ ଆପଣ ମାନେ

ମନହାଣ୍ଡିରେ ଟକ୍ ଟକ୍ ଫୁଟୁଥିବା 

ରାଗ -ଅସୂୟା ମାନଙ୍କୁ 

କେତେ ପଘା ପିନ୍ଧେଇବ ଯେ

କେତେ ଲଗାମ ବାନ୍ଧିବ ଯେ

କେତେ ତୁନି ରହ କହିବ ଯେ

କେତେ ଚୁପ୍ ରୁହ କହିବ ଯେ

କେତେ ତୁଣ୍ଡି ଦୁଣ୍ଡି ମାରିବ ଯେ

କେତେ ଧଡକା ତାଟି କବାଟ କିଳି ବ ଯେ


ଅସମ୍ଭବ ଅସମ୍ଭାଳ 

କେବେ କେବେ ମୋ ପାଇଁ

ହଜମ କରି ପାରେନା

ରକ୍ତ ମାଂସର ମଣିଷ 

ସାଧାରଣ ନ୍ୟାୟ ପାଇଁ

ରାଗକୁ ପାଳୁ ପାଳୁ

 ଲଗାମ ଛଡ଼ା ପାଟିରୁ

ପାନରୁ ଚୁନ ଖସିବା ପରି

 ଫୁଟେଇ ବାହାରି ଯାଏ 

ମୋ ଅଜାଣତରେ

ଅତି ସନ୍ତର୍ପଣରେ 

ରକ୍ତ ପିପାସୁ ରକ୍ତବୀର୍ଯ୍ୟ ନ୍ୟାୟରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy