STORYMIRROR

Samita Swain

Fantasy Others

3  

Samita Swain

Fantasy Others

ପ୍ରଣିପାତ ସ୍ରଷ୍ଟାଙ୍କୁ

ପ୍ରଣିପାତ ସ୍ରଷ୍ଟାଙ୍କୁ

1 min
367

ଧୂସର ଧରା 

ଶ୍ଯାମଳ ସବୁଜିମା 

ଆହା କି ସୁନ୍ଦର 

ଶ୍ରାବଣ ର ଆକାଶ 

ଭସା ବଉଦ 

ଝରିଯାଏ ବରଷା 

ହଜଇ ଜହ୍ନ 

ଉଙ୍କିମାରେ ସପନ 

ଦିନ ଓ ରାତି 

ସମୟର ଗତିରେ 

ଘୁରେ ପୃଥିବୀ 

ଛୁଇଁଯାଏ ପବନ 

ମନ ପ୍ରାଣକୁ 

ଆକ୍ତାମାକ୍ତା ଜୀବନ 

କିଏ ଗଢିଛି 

ଏ ବିଶ୍ବ ବ୍ରହ୍ମାଣ୍ଡକୁ 

ଭିନ୍ନ ରୂପରେ 

ସଜେଇ ଦେଇଛି ସେ 

ଫୁଲ ଫଳରେ 

ସମୀର ବହିଯାଏ 

କାହା ଇଛାରେ 

ନଦୀ ବି ବହେ 

ଅଙ୍କାବଙ୍କା ଧାରରେ 

ଫୁଲରେ ବାସ 

ଭିନ୍ନ ସ୍ବାଦର ଫଳ 

ତୃଣରୁ ତରୁ 

ଅବନୀ ର ବନାନୀ 

 ଚିର ସବୁଜ 

ମନରେ ଅନୁରାଗ 

ପ୍ରାଣୀକୁ ପ୍ରାଣ 

ହୃଦୟ ରେ ମମତା 

ଜ୍ଞାନ ବିଜ୍ଞାନ 

କଳ୍ପନା ରେ ଭାବନା 

ଧର୍ମ ଅଧର୍ମ 

ଭାବାତ୍ମକ ସଂପର୍କ 

ଚିତ୍ର ଚରିତ୍ର 

ଦୁଃଖ ଓ ଯନ୍ତ୍ରଣା ର

କରୁଣ ଦୃଶ୍ୟ 

ନିଆରା ପଣନେଇ 

ଆଙ୍କିଦେଇଛି 

କମନୀୟ ସୃଷ୍ଟିକୁ 

ଲହରୀ ଖେଳେ

ସାଗର କୂଳ ଛୁଇଁ 

ସିକ୍ତ ବାଲିରେ 

ସ୍ମୁତି ସବୁ ସାଉଁଟେ

ପାଦ ଚିହ୍ନ ରେ 

ଘନ ନୀଳ ରଙ୍ଗରେ 

 ରଙ୍ଗେଇ ଦିଏ 

ଦୂରରୁ ଆକାଶକୁ

ଅପୂର୍ବ ଦୃଶ୍ୟ 

ମନକୁ ମୁଗ୍ଧକରେ

ବିଚିତ୍ର ବର୍ଣ୍ଣା

ଶ୍ରେଷ୍ଠ ଯାଦୁକରଙ୍କ

ପ୍ରଣିପାତ ସୃଷ୍ଟିକୁ।

   


Rate this content
Log in

Similar oriya poem from Fantasy