STORYMIRROR

Nirupama Tarai

Romance Fantasy

4  

Nirupama Tarai

Romance Fantasy

ଇନ୍ଦ୍ରଧନୁ

ଇନ୍ଦ୍ରଧନୁ

1 min
286

ମେଘ ବରଷୁଛି ଖରା ପଡିଅଛି

ଇନ୍ଦ୍ରଧନୁ ଶୋଭା ପାଉଛି।

ସାରୁବୁଦା ତଳେ ବେଙ୍ଗୁଲି ବସିଛି,

ରାବରେ ଗର୍ଜନ କରୁଛି।୧।

ଆକାଶ ପୃଥିବୀ ମିଳନ ସ୍ଥଳି ର

ମନଛୁଆଁ ରୂପ ଦିଶୁଛି।

ଆକାଶ ପୃଥିବୀ ବାହାଘର କଥା

ସତେ ଅବା ମନେ ପଡୁଛି।୨।

ପୃଥିବୀ କୁ ଛାଡି ଆକାଶ ଯାଉଛି

ପୃଥିବୀ କି ସହି ପାରୁଛି।

କେମିତି ଭୁଲିବ ବାହାଘର କଥା

ପ୍ରତିଦିନ ମନେ ପଡୁଛି।୩।

କି ସୁନ୍ଦର ଦିଶେ ପୃଥିବୀ ଗଳାରେ

ଗଳାହାର ପରି ଦିଶୁଛି।

ଇନ୍ଦ୍ରଧନୁ ରଙ୍ଗ ଶୋଭା ବୃଦ୍ଧି କରି,

ସଭିଙ୍କ ର ମନ ମୋହୁଛି।୪।

ସାତ ରଙ୍ଗର ଭିନ୍ନ ଭିନ୍ନ ନାମ

କି ସୁନ୍ଦର ଦେଖ ଦିଶୁଛି।

ଛୋଟ ପିଲାଙ୍କ ର ଆନନ୍ଦ ଉଲ୍ଲାସ

ନ କହିଲେ ଅବା ସରୁଛି।୫।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance