ସମୟର ତାଡ଼ନା
ସମୟର ତାଡ଼ନା
ସମୟର ତାଡ଼ନା କରାୟତ କରେ ସର୍ବ ଯାତନା
ସୁଖର ଫୁଆରା ସ୍ରୋତ ବୁହାଇ ଶେଷେ ନିର୍ଯାତନା l
ନାହିଁ ଆଜି ମୋଟେ ଅତୀତ ସମୟ ଅଛି ବର୍ତ୍ତମାନ
ପୂର୍ବପୁରୁଷ ଯାଇଛନ୍ତି ହଜି ଉତ୍ତର ପୁରୁଷ ବିଦ୍ୟମାନ l
ପୁରୁଣା ସ୍ମୃତି ଶୈଶବର ଖୋଜି ବୁଲେ ସ୍ନେହ ଅଗଣା
ଆଦ୍ୟ ଯୌବନ ଚପଳ କଳ୍ପନା ସ୍ମୃତି ନକରେ ଅରଣା l
ପୂର୍ଣ୍ଣ ଯୌବନର ପ୍ରୀତିର ପସରା ଖୋଲିଧରେ ଆଇନା
ସଂସାର ବକ୍ଷରେ ନଚେଇ ଆନନ୍ଦେ ନକରେ ବିମନା l
କର୍ମ ଜଞ୍ଜାଳ ସମାପ୍ତି ସୂଚାଏ ପ୍ରଉଢ଼ତ୍ୱର ନମୁନା ଆଜି
ସଂସାରପଥର ହେ ପଥିକ ପ୍ରବର ରୁହ ବିଭୁଭକ୍ତ ସାଜି l
ସମ୍ପୂର୍ଣ୍ଣ ସମର୍ପି ଦିଅ ତୁମ ମନପ୍ରାଣ ବିଭୂପଦେ ଆନନ୍ଦେ
ବାନପ୍ରସ୍ଥ ଆଶ୍ରମେ ହୁଅ ଅଗ୍ରସର ଦାମ୍ପତ୍ୟଐକ୍ୟ ଗନ୍ଧେ l
ଭବ ସାଗର ଅଶାନ୍ତ ଉର୍ମି ମେଳା ନମିଳେ ସେଠି ସ୍ନିଗ୍ଧତା
ଉଠାଇ ପକାଇ ଖେଳାଏ କଚାଡ଼େ ଭରି ପ୍ରାଣେ ଆର୍ଦ୍ରତା l
ବାର୍ଦ୍ଧକ୍ୟ ଜୀବନେ ହେଲେ ବିଭୂମନା କଟିବ ପାପାଙ୍କୁଶ
ଜୀବତ୍ମା ହେବ ପାଶମୁକ୍ତ ଅନ୍ତେ ଲଭି ସଦା ମୋକ୍ଷାକାଶ l