STORYMIRROR

BULU BEHERA

Romance Classics Fantasy

3  

BULU BEHERA

Romance Classics Fantasy

ଅକୁହା ପ୍ରେମ କାହାଣୀ

ଅକୁହା ପ୍ରେମ କାହାଣୀ

1 min
131

ତୁମେ  ମୋତେ ଆଗରୁ

ଭଲ ପାଉଛ  ବୋଲି

କାହିଁ ମୁଁ ଆଗରୁ ଜାଣିନି ତ !


ମିଶିକରି ଆମେ ଦୁହେଁ

କଲେଜ  ଯାଉଥିଲେ

ସିନେମା,ଚାହା ଦୋକାନରେ 

କେତେ ମଜା  କରୁଥିଲେ

ସେ ସବୁ ଏବେ ମୋର

ବହୁତ  ମନେପଡୁଛି l


ମୋବାଇଲରେ  କେତେ ଯେ

ଆମେ  କଥା  ହେଉଥିଲେ, 

କାହିଁ  ଦିନେହେଲେ ମୋତେ

କିଛିବି  ତୁମେ କହିନଥିଲ ।  


ଯେତେବେଳେ ମୁଁ ବାହା ହୋଇ 

ଶାଶୂଘରକୁ  ଚାଲିଗଲି

ସେତେବେଳେ ତୁମେ ମୋତେ

ଝୁରି ଝୁରି କେତେ ଯେ କାନ୍ଦିଛ

ମୋ ସାଙ୍ଗ ଠାରୁ ସବୁ

ଶୁଣି କରି ମୋତେ ବହୁତ

ଖରାପ  ଲାଗିଥିଲା ।


ତୁମେ  ଯଦି  ମୋତେ ପ୍ରକୃତରେ 

ଏତେ ଭଲ ପାଉଥିଲ

ତୁମ ହୃଦୟରେ ମୋ ପାଇଁ

ଛୋଟିଆ ଜାଗାଟିଏ  ରଖିଥିଲ 

ହେଲେ  ମୋତେ  ସବୁ  

ଖୋଲି  କରି  କାହିଁକି  ତୁମେ 

ମନର  କଥାକୁ  କହିଲ  ନାହିଁ  ।


ମୁଁ  ତୁମକୁ  କେତେ ଯେ 

ମନେ ମନେ ଭଲ ପାଏ ବୋଲି

କହିବାକୁ ଏତେ ଡର ଲାଗୁଥିଲା,

ଏତେ ଲାଜ ତୁମକୁ ଲାଗୁଥିଲା

ସବୁ କଥା  ମୋତେ  ଖୋଲି

କହୁଥିଲ, ଏ କଥା କାହିଁକି

ମୋତେ ତୁମେ ଲୁଚାଇ  ରଖିଥିଲ ।


ତୁମେ ଯଦି  ଲାଜ  ନ  କରି

ମୋତେ  କହି ଦେଇଥାନ୍ତ ଯେ 

ମୁଁ,  କେବଳ  ତୁମକୁ ହିଁ ବାହା

ହେବାକୁ ଚାହେଁ ବୋଲି,

ତାହାହେଲେ ମୁଁ  ତୁମକୁ

ହସି ହସି  ଆଦରର ସହ

ଗ୍ରହଣ   କରିଥାନ୍ତି ।


କିନ୍ତୁ,  ଏବେ ସମୟ ନାହିଁ :

ସେ  ସୁବର୍ଣ୍ଣ  ସୁଯୋଗ  ତୁମେ

ହରାଇ ବସିଲ ସବୁଦିନ  ପାଇଁ 

ପୁଣି ଅପେକ୍ଷାରେ  ରହିଲି 

ତୁମେ  ଯଦି  ମୋତେ


ପ୍ରକୃତରେ ଭଲ  ପାଇ ଥାଅ

ପୁଣି ବାହା ହେବ  ମୋତେ

ଆର ଜନମରେ ।


Rate this content
Log in

Similar oriya poem from Romance