STORYMIRROR

BULU BEHERA

Romance Classics Fantasy

3  

BULU BEHERA

Romance Classics Fantasy

ପ୍ରଥମ ଦେଖାରେ ପ୍ରଥମ ପ୍ରେମ

ପ୍ରଥମ ଦେଖାରେ ପ୍ରଥମ ପ୍ରେମ

1 min
232


ପ୍ରଥମ ଦେଖାରେ  ମୋ ମନ ଦେଇଛି

            ଖୋଜି  ଖୋଜି  ସୁକୁମାରୀ  ଝିଅଟିକୁ,


ପ୍ରଥମ   ଦେଖାରେ  ସାଉଁଟି ନେଇଛି

ମୋ ମନ  ମନ୍ଦିରେ ତା ପୂଜା  କରୁଛି


            ଗାଇ  ମୁଁ  ତାହାର ପ୍ରେମ କବିତାକୁ l


ଆଖି  ଦୋଟି  ତାର ନୀଳ  ଉର୍ମିମାଳା

କେଶ  ଦିଶେ  ତାର ଗାଢ଼ ଘନ ମାଳା

             ମଥାରେ  ନାଇଛି  ପୁନେଇଁ ଜହ୍ନକୁ,

ଓଠ  ଦିଶେ ତୋର  ବାଳ ରବି କର

ଗଣ୍ଡ ଦେଶ  ଦିଶଇ  ଅତି  ଧୂସର

 

            ଉନ୍ମାଦ  ହୋଇଛି  ଦେଖି  ତା ରୁପକୁ l


ଓହ୍ଲାଇ  ଆସିଛି  ସ୍ୱର୍ଗ ଅପସରି

ଚାଲି  ତାହାର  ଗଜ ଗମନୀ  ପରି

             କବରୀ  ତା  ଲମ୍ବିଛି  କଟି ଦେଶକୁ,

ଚାଲିରେ  ତାହାର  କମଳ ଯେ  ଫୁଟଇ

ରୁଣୁଝୁଣୁ   ଶବ୍ଦେ   ଦିଗ   ଚହଟଇ

              ଦେଖିନଥିଲି  ଏପରି  ଉର୍ବଶୀକୁ ।


ପାଖକୁ  ଯିବାକୁ  ଶଙ୍କା  ଲାଗୁଥାଏ

ଚୋରା  ଚାହାଁଣୀରେ  ଚାହିଁ  ରହିଥାଏ

               ତପରେ  ଡାକିଲା ମୋତେ  ସମୀପକୁ,


ଭୟ  ଲାଗୁଥାଏ  ମୁଁ ଗଲା ବେଳକୁ

ଡରି  ଡରି ଯାଏ  ତାହାରି  ପାଖକୁ 

              କଣ କରିବ  ସେ  ଭାବଇ  ମନକୁ  ।


ଆଲିଙ୍ଗନ  କରି  ଦେଲା  ଗୋଟେ  ଚୁମ୍ମା

ଜମିଗଲା  ପ୍ରେମ  ଡ଼ରନାହିଁ   ଜମା  l

     

            ଖୁସିରେ  ମୁଁ ଦେଲି  ଚୁମ୍ବନ ଟିଏ ତାକୁ,


ତୁମେ ହେଲ  ମୋର ମୁଁ  ହେଲି  ତୁମର  

ସାକ୍ଷୀ  ରହିଲା  ତୋ  ମଥାର  ସିନ୍ଦୁର

      

            ବିବାହ   କରିବା  ଯାଇ  ମନ୍ଦିରକୁ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance