ଅନ୍ତର୍ଦାହ
ଅନ୍ତର୍ଦାହ
ତୋ ଅତର ରୁ ଦି ଟୋପା
ମୋ ଶାଢ଼ୀରେ ଦେଇଛି ବୋଳି
ମନକୁ ବୁଝାଇବା ପାଇଁ
ତୁ ଚାଲି ଯିବା ପରେ
ତୋର ଅନୁପସ୍ଥିର ନିସ୍ତବ୍ଧତାରେ ,
ନିତି ବଞ୍ଚେ ମୁଁ କୁହୁଡିରେ ଏକାକାର ହୋଇ
ତୋର ବ୍ୟବହାର୍ଯ୍ୟ ସାମଗ୍ରୀକୁ
ଭଙ୍ଗାମନର କ୍ଷତ ପୋଛୁପୋଛୁ
ନିତି ଦେଖୁଛି ହାତରେ ସାଉଁଳେଇ ।
ପବନର ଗତିରୁ ମୁଁ ଜାଣିଯାଏ
ତୋର ଚାଲିର ଖସର ପସର
ଆସିଯାଉ ଯେବେ ପାଖାପାଖି ହୋଇ
ହୋଇଛି ମଉନ ଆଜି ଉପବନ
ପତ୍ରଝଡା ବି ଦେଲେଣି
ତୋ ବାଟ ଚାହିଁ ଚାହିଁ
ମିଳନ ରାତିର ସାକ୍ଷୀ ସେ ଦୀପାଳୀ
ସିଏ ବି ଗଲାଣି ଲିଭି କେଉଁକାଳୁ
ଅଚି଼ହ୍ନା ହୁଏ ମୋ ପାଇଁ
ନିତି ବଞ୍ଚୁଛି ଜୁଇରେ ମୋ ମନ
ଏକାକାର ହୋଇ ହୋଇ ।
