STORYMIRROR

Anjana Naik,Anju..Deogarh

Tragedy Fantasy

3  

Anjana Naik,Anju..Deogarh

Tragedy Fantasy

ଅନ୍ତର୍ଦାହ

ଅନ୍ତର୍ଦାହ

1 min
144

ତୋ ଅତର ରୁ ଦି ଟୋପା 

ମୋ ଶାଢ଼ୀରେ ଦେଇଛି ବୋଳି  

ମନକୁ ବୁଝାଇବା ପାଇଁ  

ତୁ ଚାଲି ଯିବା ପରେ 

ତୋର ଅନୁପସ୍ଥିର ନିସ୍ତବ୍ଧତାରେ , 

ନିତି ବଞ୍ଚେ ମୁଁ କୁହୁଡିରେ ଏକାକାର ହୋଇ    

ତୋର ବ୍ୟବହାର୍ଯ୍ୟ ସାମଗ୍ରୀକୁ

ଭଙ୍ଗାମନର କ୍ଷତ ପୋଛୁପୋଛୁ

ନିତି ଦେଖୁଛି ହାତରେ ସାଉଁଳେଇ ।


ପବନର ଗତିରୁ ମୁଁ ଜାଣିଯାଏ 

ତୋର ଚାଲିର ଖସର ପସର

ଆସିଯାଉ ଯେବେ ପାଖାପାଖି ହୋଇ 

ହୋଇଛି ମଉନ ଆଜି ଉପବନ

ପତ୍ରଝଡା ବି ଦେଲେଣି 

ତୋ ବାଟ ଚାହିଁ ଚାହିଁ 

ମିଳନ ରାତିର ସାକ୍ଷୀ ସେ ଦୀପାଳୀ 

ସିଏ ବି ଗଲାଣି ଲିଭି କେଉଁକାଳୁ

ଅଚି଼ହ୍ନା ହୁଏ ମୋ ପାଇଁ

ନିତି ବଞ୍ଚୁଛି ଜୁଇରେ ମୋ ମନ 

ଏକାକାର ହୋଇ ହୋଇ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy