STORYMIRROR

Mr.GAGAN BIHARI NAYAK

Romance Classics Fantasy

3  

Mr.GAGAN BIHARI NAYAK

Romance Classics Fantasy

ପ୍ରତିଶ୍ରୁତି

ପ୍ରତିଶ୍ରୁତି

1 min
120

କଥା ଦେଇ ଥିଲା ଅଶାର ଆକାଶ

ଚୁପି ଚୁପି କାନେ କାନେ

ତାରା ଫୁଲ ଖୋସି ଆସିବ ମୋ’ ପ୍ରିୟା

ପଡୁଛି ତା’ କଥା ମନେ ।


ସେଇ ପ୍ରତିଶ୍ରୁତି ରଖିଛି ସାଇତି

ଏ’ ଖୋଲା ହୃଦୟେ ମୋର

ଦିନ ପରେ ଦିନ ହୋଇଲା ବିଲୀନ

ଆଶା ହୋଇଲା ଅସାର

ଅସ୍ତରାଗେ ଭରା ଲାଳିମା ଓଠ’ ଟି

ମନେ ପଡେ ପ୍ରତି କ୍ଷଣେ ।


ଆଖି ଝରକାରେ- ଡାକି ଦେଇ ଥରେ

ଛପିଗଲା ପ୍ରିୟା ମୋର

ରାତିର ସପନେ- ଏ’ ମନ ଗୋପନେ

ମନେ ପଡେ ବାରମ୍ବାର

ସପନ ସାଇତା ତା’ ମନର କଥା

ଅପାସୋରା ଏ’ ଜୀବନେ ।



Rate this content
Log in

Similar oriya poem from Romance