ଫଗୁଣଟା ଗଲାପରେ
ଫଗୁଣଟା ଗଲାପରେ
ଫଗୁଣଟା ଗଲାପରେ
ଛାଡିଯାଏ ସ୍ମୃତି ଧାରେ
ବିରହୀ ମୁକୁଳା ମନ
ଅତୀତକୁ ଝୁରି ମରେ
ଫଗୁ ବୋଳା ଫଗୁଣରେ
ଚଇତାଳି ପବନରେ
କାହିଁକି ଏ ମନ ତଳେ
ପ୍ରୀତିର ପୁଲକ ଭରେ ।
ଖସୁଥିଲା ଫୁଲ ଯେବେ
ହସି ହସି ମଳୟରେ
ଚୁମିବାକୁ ଓଠ ତାର
ଅଳୀ କେଡେ ଶରଧାରେ
ଡେଣା ଝାଡି ଉଡୁଥିଲା
କାନେ ତାର କହୁଥିଲା
ସଜଡା ତା' ପ୍ରୀତି ମଧୁ
ମଜା ଲାଗେ ଲୋଟିବାରେ ।
ସେମିତି ସେ କଳି ଅଛି
ନାହିଁ ତାର ପାଶେ ଅଳୀ
ଚାଲିଗଲା ବହୁଦୁରେ
ମନେ ତାର ନିଆଁ ଜାଳି
ଚାହିଁ ଚାହିଁ ତା’ ବାଟକୁ
ସାଥି କରି ବିରହକୁ
ଆଖିରେ ଆଖିଏ ଲୁହ
ଝରି ଯାଏ କୋହରେ ।

