STORYMIRROR

Anjana Naik,Anju..Deogarh

Fantasy

3  

Anjana Naik,Anju..Deogarh

Fantasy

ଆମ ନିଆରା ପ୍ରେମ

ଆମ ନିଆରା ପ୍ରେମ

1 min
210

ଆ ଭାସିଯିବା କାଗଜ ଡଙ୍ଗାରେ

କାତ ପାଉ କି ନ ପାଉ 

ହାତ ଛନ୍ଦି ଥିବା ଶେଷ ମୁହୂର୍ତ୍ତରେ

ଜୀବନ ଥାଉ କି ନଥାଉ ।


ଗଢ଼ିବା ସପନ ରାଇଜରେ ଘର

ଇଟା ବାଲି ସିମେଣ୍ଟ ଥାଉ କି ନଥାଉ 

ବଞ୍ଚିବା ଜଣେ ଅନ୍ୟ ଜଣଙ୍କ ପାଇଁ

ସାତ ଜନମ ଥାଉ କି ନଥାଉ ।


ଶୂନ୍ୟତା କୁ ପଚାରିବା

ଏ ପ୍ରେମର ପରିଭାଷା 

ଆମ ନିଆରା ସମ୍ପର୍କର ବିଜ

ପୃଥିବୀର ଗଭୀରତାକୁ

ସ୍ପର୍ଶ କରି ଥାଉ କି ନଥାଉ ।


ତଥାପି ଭାସୁଥିବା

ଏଇ ସଂସାର ସମୁଦ୍ରରେ

କାଗଜ ଡଙ୍ଗାରେ ହାତ ଛନ୍ଦି

ଜୀବନ ଦୀପ ଜଳୁ ଥାଉ କି ନଥାଉ ।


Rate this content
Log in

Similar oriya poem from Fantasy