STORYMIRROR

Anjana Naik,Anju..Deogarh

Fantasy

3  

Anjana Naik,Anju..Deogarh

Fantasy

ବସନ୍ତରେ ପ୍ରେମ

ବସନ୍ତରେ ପ୍ରେମ

1 min
234


ଶୀତ ଶେଷରେ ଯେତେବେଳେ 

କୋଇଲିର ମୃଦୁ କୁହରଣ ଶୁଭେ 

ଆମ୍ବ ବଉଳର ଗହଳ ପେନ୍ଥା ଭିତରେ

ପ୍ରେମ ଚୈତାଳୀ ରେ ଝୁରିହୁଏ 

ଆମ୍ବ କଷିର ବାସ୍ନାୟିତ ମଧୁ ପାଇଁ 

ମହୁମାଛି ଉଡ଼ିବୁଲନ୍ତି ବଉଳରେ 

ଦଳ ଦଳ ହୋଇ ।


ହେମନ୍ତର କଅଁଳ ଖରା ପ୍ରଭାବରେ

ଋତୁ ଚ଼କ୍ରର ଆବର୍ତ୍ତିତ ସମୟରେ

ସାଇଁ ସାଇଁ ପବନର ବେଗ ପାଇ

ପ୍ରେମ ବଞ୍ଚବା ସିଖୁଥିଏ 

ପତ୍ରଝଡା ଦେଇ ଥିବା ଗାଁ ମୁଣ୍ଡିଆ 

ଲଣ୍ଡା ମହୁଲ ଗଛରେ, କଅଁଳୁଥିୂବା

ପିଙ୍ଗଳ ପତ୍ରହୋଇ ।


ଅନାଦି କାଳରୁ ହଳଦୀବସନ୍ତ 

ଫୁଲ କଢ଼ି ଖାଇ ସୁର ଧରେ ବେଳାରେ

ପୂରବୀ ରାଗର କୁହରଣକୁ କାନେଇଁ

ବସନ୍ତ ଆସେ ପୁନଶ୍ଚ ଧରାକୁ ମୋ ପାଇଁ 

ପ୍ରେମ ବସନ୍ତର ଆଗମନରେ 

ଭରା ଯୌବନ ପ୍ରାପ୍ତି କରି 

ଝରିଯାଏ ଛକ ପଟାଭାଡ଼ି ରେ

କୃଷ୍ଣଚୁଡା଼ର ପାଖୁଡ଼ା ହୋଇ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy