STORYMIRROR

Bharatabandhu Biswal

Fantasy Inspirational Others

3  

Bharatabandhu Biswal

Fantasy Inspirational Others

ହଜିଗଲା ଦିନ

ହଜିଗଲା ଦିନ

1 min
181


ଚିତ୍ର ପରି ଲାଗେ ଆଜି ହଜିଗଲା ଦିନ ;

ସୁନାନାକୀ ଭୂଆସୁଣୀ ଲୁଚାଉନି ମୁହଁ

ଗଣି ଗଣି ସ°ଭ୍ରମରେ ଥାପୁ ନାହିଁ ପାଦ

ସବାରୀ ତା ଚାଲୁ ନାହିଁ ଧୀରେ

ଶୁଭୁ ନାହିଁ ଡାକ ଆଉ ହାକୁମ ଧାବଲ ।


ବୈକୁଣ୍ଠ ସମାନ ସେହି ଝାଟିମାଟି ଚାଳଘର

ମୋ ସ୍ୱର୍ଗଦୁଆର

ହେଉନାହିଁ ପ୍ରତ୍ୟୁଷରୁ ଓଳାଓଳି

ପବିତ୍ର ଗୋବର ପାଣି ହେଉନାହିଁ ଛିଞ୍ଚା,

ଜଳୁ ନାହିଁ ସଞ୍ଜବତୀ ଚଉରା ମୂଳରେ

ଦିଶୁ ନାହିଁ ଝୋଟି ଚିତା

ଲକ୍ଷ୍ମୀପାଦ ପଦ୍ମଫୁଲ କେରି କେରି

ପତ୍ର ଧାନସିଞ୍ଚା ।


ଜୀବନରେ ସବୁକିଛି ନୁହେଁ ଅର୍ଥ

ମହଲରେ ମିଳେ ନାହିଁ ମମତା ସେନେହ,

ଧାଇଁ ଧାଇଁ ମୃଗତୃଷ୍ଣା ପଛେ

ଏ ମଣିଷ ଭାରାକ୍ରାନ୍ତ କ୍ଲାନ୍ତ,

ବୁଝୁଛି ସେ ଧିରେ ଧିରେ ବିଳମ୍ବରେ

ହଜିଗଲା ଐତିହ୍ୟ ମହତ୍ତ୍ଵ ।


ସେଦିନର ସବୁ ସତ ସୁଖ ସ୍ୱପ୍ନ

ଆଜି ଅବ୍ୟାପାର

ବିସ୍ମୃତିର ବେଳାବୁକେ ବିଚ୍ଛୁରିତ ଇତସ୍ତତଃ

ସ୍ୱର୍ଣ୍ଣରେଣୁ ମୋ ମାଟି ମହକ 

ଶୁଭୁଅଛି ରହି ରହି ସୁନାପୁଅ

ଧରମାର ଡାକ,

ଅନ୍ଧକାର ବୁକୁ ଚିରି ସାତ ଦରିଆ ସେପାରୁ

ଲେଉଟି ଆସିବ ସତେ ଏ ଜାତି ବୋଇତ

ମୋ କଳିଙ୍ଗ ସପନ ବଣିକ ।

    



Rate this content
Log in

Similar oriya poem from Fantasy