ଇଚ୍ଛା ହୁଏ
ଇଚ୍ଛା ହୁଏ
ଇଚ୍ଛା ହୁଏ କେବେ ଫୁଲ ଟିଏ ହୋଇ
ହସିବାକୁ ଖିଲି ଖିଲି
ଯୁବାଠୁ ଥବୀର ଯାଏଁ ମନ ଜିଣୁଥିବି
ଲାଗିବି ଦେବତାଙ୍କ ମସ୍ତକେ ହୋଇ ମାଳତୀ ମଲ୍ଲୀ !
ଇଚ୍ଛା ହୁଏ ଥରେ ମେଘ ଟୋପାଟିଏ ହୋଇ
ବର୍ଷାର ଧାରାରେ ପୃଥିବୀ କୁ ଯିବି ଛୁଇଁ
ସେ ଟୋପା ପାଣିରେ ଅମୃତ ସାଜି
ଜନ ଜଗତର ତୃଷା ନିବାରିବା ପାଇଁ ।
ଇଚ୍ଛା ହୁଏ ଦିନେ ଗଛ ଟିଏ ହୋଇ
ଦେବାକୁ ସଭିଙ୍କୁ ଛାଇ
ଫଳ ଫୁଲକୁ ଦେଇ ପ୍ରାଣୀଙ୍କୁ
ମନ ହରୁଥିବି ନିତି ତାଙ୍କରି ।
ଇଚ୍ଛା ହୁଏ ନିତି ସକାଳେ ହେବା ପାଇଁ ସବିତା
ସମଦର୍ଶିନୀ ଗୁଣରେ ମୋହରି
ଆଲୋକ କରିବି ଏ ସାରା ଦୁନିଆ ।
ଆଜି ପୁଣି ଇଚ୍ଛା ହୁଏ ଭିଜିବାକୁ ପ୍ରେମର ଶ୍ରାବଣରେ
ଅନୁଭବ କରିବାକୁ ପ୍ରେମର ଫଗୁଣ
ନିତି ସପନରେ ସାଥୀ ଟିଏ ହୋଇ ଆସିବାକୁ କାହା ଭାବନାରେ ?
