ନିରବ ଓଠର ଭାଷା
ନିରବ ଓଠର ଭାଷା
ତତଲା ଭୁଇଁର ବରଷା ଟୋପା ମୁଁ ,
ଶୋଷି ନିଅ ମୋତେ କାହିଁ ପାଇଁ ।
ଲିଭିଲା ଯୂଈର ପାଉଁଶ ଗଦାଏ ,
ବିଞ୍ଚି ବାକୁ ମୋତେ ଦିଅ ନାହିଁ ।
କେବେ ଆଉ ତୁମେ, ମୋ ମନରେ ଦିନେ ।
ପରଶି ଦେବ ଗୋ’ ମଧୁମାସ ।
ଜୋଛନା ରାତିରେ, ଭରିବ ଶୀତଳ ।
ଦରଦି ଓଠରେ ସ୍ମିତ ହାସ
ପ୍ରଣୟକୁ ତୁମେ ବିରହ ଭାବିଲ-
ଶ୍ରାବଣୀ ଛାତିରେ ଜାଳି ଯୂଈ ।
ମୁଁ’ ତୁମକୁ ମୋର ଆଖି ଝରକାରେ
ଦେଖୁଥିଲି ନିତି ମନ ଭରି ।
ଆଙ୍କୁଥିଲି ଛବି ମୋ’ମନ ଭିତରେ
ସାତ ରଙ୍ଗର ତୂଳୀ ଧରି
ଓଠର ନୀରବ ଭାଷା ମୁଁ’ ତୁମର-
ବୁଝିବା ବା’ ଆଉ କେବେ ଯାଇ ।

