STORYMIRROR

Mr.GAGAN BIHARI NAYAK

Romance Classics Fantasy

3  

Mr.GAGAN BIHARI NAYAK

Romance Classics Fantasy

ବିରହୀ ସାମୁକା ପାଇଁ~~~~~~~~~~

ବିରହୀ ସାମୁକା ପାଇଁ~~~~~~~~~~

1 min
129


ନିରବି ଯାଇଛି ଅନେକ ସପନ ।

ସାମୁକା କଥାକୁ ଭାଳି ।

ଅଭିଶପ୍ତ ଏକ ବାଲି ଗରଡା ମୁଁ 

ମରେ ଆଖି ଲୁହ ଢାଳି ।


ବାଲୁକା ଶେଜରେ

ହତାଶ ମନରେ ।

ନୀଳିମା କଲ୍ଲୋଳ

ଛୁଇଁ ଯାଆ ଥରେ।

କହିବି କେତେ ମୁଁ'

ମୋ'ମନର କଥା ।

ହସିଦେଇ ଯେବେ

ପୋତି ଦିଅ ମଥା ।

ବୁଝି ପାରେନା ମୋ 

ମନ ହୁଏ ଗୋଳି ।


ଆଆ ସାଗରିକା

ବେଳାଭୂଇଁ ଡାକେ।

ବାଲି ଗରଡାର

ଲୋଟି ଖୋଲାବୁକେ।

କହି ଯା'ଥରେ

ସାମୂକାର କଥା ।

କେତେ ସହିଛି ସେ

ଜୀବନରେ ବ୍ଯଥା।

ନିଜେ ନିଜକୁ ସେ

ଆହୁତି ଦେଇଛି ।

ଜୀବନକୁ ଜାଳି ।



Rate this content
Log in

Similar oriya poem from Romance