STORYMIRROR

Usharani Sahoo

Fantasy Others

4  

Usharani Sahoo

Fantasy Others

ସମ୍ପର୍କ

ସମ୍ପର୍କ

1 min
309


ସ୍ନେହ ପ୍ରେମ ଶ୍ରଦ୍ଧା ଅତୁଟ ବନ୍ଧନ

ଅଟଇ ଯେ ଉପହାର

ବସା ବାନ୍ଧିଥାଏ ହୃଦୟ ମଧ୍ୟରେ 

ସମ୍ପର୍କ ନାମଟି ତା'ର।

ଉତ୍ତମ ବ୍ୟବହାରେ ଦୃଢ଼ୀଭୂତ ହୁଏ

ହୋଇଥାଏ ଅନୁଭଵ

ଟିକିଏ ସନ୍ଦେହ ମନରେ ଆସିଲେ

ବଢ଼ିଥାଏ ତିକ୍ତଭାଵ।

ହୃଦୟ ଆତ୍ମାର ପବିତ୍ର ଵନ୍ଧନେ

ସମ୍ପର୍କ ହୁଅଇ ଗଢ଼ା

ସମ୍ପର୍କର ସେତୁ ହୁଏ ମଜଭୁତ

ବିଶ୍ୱାସ ହୁଅଇ ଲୋଡ଼ା।

ଏ ଡୋରି ନୁହଁଇ ପର କି ଆପଣା

ଜାତିଭାଵ ରକ୍ତଗତ

ଉପଯୁକ୍ତ ଯତ୍ନ ଭଲପାଇବାରେ

ହୋଇଥାଏ ସ୍ୱତ୍ସାକୃତ।

ପ୍ରତି ମୁହୂର୍ତ୍ତରେ ଝୁରି ହେଉଥାଏ

ସେହି ସମ୍ପର୍କକୁ ନେଇ

ସତେକି ସମ୍ପର୍କ ଜନ୍ମ ଜନ୍ମାନ୍ତରୁ

ଵନ୍ଧାଅଛି ଗଢ଼ା ହୋଇ।

ମନେ ହିଂସା ଦ୍ୱେଷ ରଖି ସ୍ୱାର୍ଥ ପାଶ

ଛିଣ୍ଡଇ ସମ୍ପର୍କ ଡୋରି

ଯେତେ ବି ଗଢିଲେ ଭାଙ୍ଗିଯାଏ ତାହା

ମହଙ୍ଗା ପଡଇ ଭାରି।

ଗର୍ବ ଅହଂକାର ଆଉ ଅବିଶ୍ବାସ

ଛଳନା ଯେ ପ୍ରତାରଣା

ହୃଦୟ ମଧ୍ୟରେ ଥିଲେ ଏ ଭାଵନା

ସମ୍ପର୍କ ହୁଅଇ ଉଣା।

ବର୍ତ୍ତମାନ ଯୁଗେ ଶସ୍ତା ହୋଇଥାଏ

ସମ୍ପର୍କଟା ଆଜିକାଲି

ସ୍ୱାର୍ଥ ସରିଗଲେ ଫିକା ପଡ଼ିଯାଏ

ସମ୍ପର୍କ ଯାଆନ୍ତି ଭୁଲି।

ଜୀବନ ରାସ୍ତାରେ ଚାଲିବା ପାଇଁକି

ସମ୍ପର୍କ ଯେ ଦରକାର

ସୁଖ ସମ୍ଭୋଗର ଉପଲବ୍ଧି ପାଇଁ

ସ୍ୱାର୍ଥ କର ପରିହାର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy