STORYMIRROR

Kishore Nayak

Fantasy Inspirational

4  

Kishore Nayak

Fantasy Inspirational

ଏ ଦେଶ ରାଇଜେ ଜନମ ଆମରି

ଏ ଦେଶ ରାଇଜେ ଜନମ ଆମରି

1 min
177


ଏ ଦେଶ ରାଇଜେ ଜନମ ଆମରି 

             ଏଇ ମାଟି ଆମ ମା'

ତାହାରି କୋଳରେ ବଢିଛି ଜୀବନ 

             ରଖିବା ତାହାରି ନାଁ ll

ତାହାରି ପାଣି ପବନ ଖାଇ 

             ଜାଗିଲା ଏଇ ପ୍ରାଣ 

ଶାକ-ତଣ୍ଡୁଳେ ଫୁଟିଲା ବପୁ 

            ଶରୀର ହେଲା ଟାଣ ll

ତାହାରି ତରୁ ଲତା ଗହଳ

              ଚିର ସବୁଜ ବନ 

ପ୍ରାଣକୁ ଆମ ସଂଚାର କଲା 

             ଦେଇଣ ଅମ୍ଳଜାନ ll

ତାହାରି ବକ୍ଷ ପ୍ରକୃତି କୋଳେ 

          ଜୀବନ ଖେଳେ ଦୋଳି 

ହସ ଖୁସିରେ କାଟିବା ଦିନ 

            କରିବା ନାହିଁ କଳି ll

ପାଠ ପଢିବା ଘୋଡା ଚଢିବା 

          ହେବାରେ ବୈଜ୍ଞାନିକ 

ବିଶ୍ୱ ଭୁବନେ ଏଇ ମାଟିର 

          ରଖିବା ଆମେ ଟେକ ll

ତାହାରି ସେବା ସୁରକ୍ଷା ଲାଗି 

         ବୀର ସୈନିକ ହେବା 

ତାହାରି ଲାଗି ହସି ହସିକା 

         ଜୀବନ ଆମେ ଦେବା ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy